ଲକ୍ଷ୍ନୌ ପୌର ନିର୍ବାଚନ ପାଇଁ ଆଇପିଏଲ୍ ସୂଚୀରେ ପରିବର୍ତ୍ତନ ହେଲା
ଲକ୍ଷ୍ନୌ: ଆସନ୍ତା ମେ’ ୪ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ ପୁନଃନିର୍ଦ୍ଧାରିତ ହୋଇଛି। ଲକ୍ଷ୍ନୌ ପୌର ନିର୍ବାଚନ ପାଇଁ ଏହି ମ୍ୟାଚ୍କୁ ଗୋଟିଏ ଦିନ ଆଗରୁ ଅର୍ଥାତ୍ ମେ’ ୩ ତାରିଖ ବୁଧବାର ଦିନ ଆୟୋଜନ କରାଯିବ। ଏହାଫଳରେ ବୁଧବାର ଦୁଇଟି ମ୍ୟାଚ୍ ଆୟୋଜନ ହେବ। ଅପରାହ୍ନ ସାଢେ ୩ଟାରେ ଏହି ମ୍ୟାଚ୍ ଶେଷ ହେବା ପରେ ସନ୍ଧ୍ୟା ବେଳେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ […]
ଲକ୍ଷ୍ନୌ: ଆସନ୍ତା ମେ’ ୪ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ ପୁନଃନିର୍ଦ୍ଧାରିତ ହୋଇଛି। ଲକ୍ଷ୍ନୌ ପୌର ନିର୍ବାଚନ ପାଇଁ ଏହି ମ୍ୟାଚ୍କୁ ଗୋଟିଏ ଦିନ ଆଗରୁ ଅର୍ଥାତ୍ ମେ’ ୩ ତାରିଖ ବୁଧବାର ଦିନ ଆୟୋଜନ କରାଯିବ। ଏହାଫଳରେ ବୁଧବାର ଦୁଇଟି ମ୍ୟାଚ୍ ଆୟୋଜନ ହେବ। ଅପରାହ୍ନ ସାଢେ ୩ଟାରେ ଏହି ମ୍ୟାଚ୍ ଶେଷ ହେବା ପରେ ସନ୍ଧ୍ୟା ବେଳେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଏହାଦ୍ବାରା ମେ’ ୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଘରୋଇ ମ୍ୟାଚ୍ ଖେଳିବା ପରେ ଚେନ୍ନାଇ ବିପକ୍ଷ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେବାକୁ ହାତରେ ମାତ୍ର ଗୋଟିଏ ଦିନ ରହିବ।




