ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ୨୮ ରନରେ ହରାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି)। ୧୮୨ ରନ୍ର ଲକ୍ଷ୍ୟକୁ ପିଛା କରି ବିରାଟ କୋହଲି (୨୨) ଓ ଫାଫ୍ ଡୁପ୍ଲେସିସ୍ (୧୯) ପ୍ରଥମ ୪ ଓଭରରେ ୧୦ ଲେଖାଏଁ ହାରରେ ରନ୍ ବାହାର କରିଥିଲେ। କିନ୍ତୁ ଚତୁର୍ଥ ଓ ପଞ୍ଚମ ଓଭରରେ ଉଭୟଙ୍କ ୱିକେଟ୍ ଚାଲିଯିବା ପରେ ଦଳ ବିପର୍ଯ୍ୟୟ ଘେରକୁ ଆସିଯାଇଥିଲା। ତେବେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ମହିପାଲ୍ ଲୋମରର୍ ଗୋଟିଏ ପଟରୁ […]

Samaya Live Picture
Published On

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ୨୮ ରନରେ ହରାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି)। ୧୮୨ ରନ୍ର ଲକ୍ଷ୍ୟକୁ ପିଛା କରି ବିରାଟ କୋହଲି (୨୨) ଓ ଫାଫ୍ ଡୁପ୍ଲେସିସ୍ (୧୯) ପ୍ରଥମ ୪ ଓଭରରେ ୧୦ ଲେଖାଏଁ ହାରରେ ରନ୍ ବାହାର କରିଥିଲେ। କିନ୍ତୁ ଚତୁର୍ଥ ଓ ପଞ୍ଚମ ଓଭରରେ ଉଭୟଙ୍କ ୱିକେଟ୍ ଚାଲିଯିବା ପରେ ଦଳ ବିପର୍ଯ୍ୟୟ ଘେରକୁ ଆସିଯାଇଥିଲା। ତେବେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ମହିପାଲ୍ ଲୋମରର୍ ଗୋଟିଏ ପଟରୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏପରିକି ଏକ ସମୟରେ ଲାଗୁଥିଲା ମହିପାଲ୍ ଦଳକୁ ବିଜୟ ଆଡ଼କୁ ନେଇପାରିବେ। କିନ୍ତୁ ଅଷ୍ଟାଦଶ ଓଭରେ ଛକା ମାରିବାକୁ ଯାଇ ବାଉଣ୍ଡରି ପାଖରେ ଲୋମରର୍ (୧୩ ବଲ୍, ୩୩ରନ୍) କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଫଳରେ ଦଳ ଦୁଇଟି ବଲ୍ ପୂର୍ବରୁ ୧୫୩ ରନ୍ରେ ଅଲ୍ଆଉଟ୍ ହୋଇଥିଲା ଆର୍ସିବି। ଏଥିପୂର୍ବରୁ ଆର୍ସିବି ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଡି’କକ୍ ଓ କେଏଲ୍ ରାହୁଲ୍ ପାୱାରପ୍ଲେ ଭିତରେ ପ୍ରଥମ ୱିକେଟ୍ରେ ୫୩ ରନ୍ ଭାଗୀଦାରି ଗଢ଼ିଥିଲେ। ରାହୁଲ୍ (୨୦)ଙ୍କୁ ଗ୍ଲେନ୍ ମ୍ୟାକ୍ସୱେଲ୍ ଆଉଟ୍ କରିବା ପରେ ଦେବଦତ୍ତ ପଡ଼ିକଲ୍ (୬) ମଧ୍ୟ ଶୀଘ୍ର ପ୍ୟାଭିଲିଅନ୍ ଫେରିଥିଲେ। ଷ୍ଟୋଇନିସ୍ଙ୍କ ସହ ମିଶି ଡି’କକ୍ ତୃତୀୟ ୱିକେଟ୍ରେ ୩୦ ବଲ୍ରୁ ୫୬ ରନ୍ର ଦ୍ରୁତ ଭାଗୀଦାରି କରି ଦଳକୁ ଲଢୁଆ ସ୍କୋର ଅଭିମୁଖେ ନେଇଥିଲେ। ୧୨ ଓଭରରେ ଦଳ ୧୦୦ ଅତିକ୍ରମ କରିଥିଲା। ଷ୍ଟୋଇନିସ୍ (୨୪) ଙ୍କୁ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମ୍ୟାକ୍ସୱେଲ୍ ଦ୍ବିତୀୟ ଶିକାର କରିବା ସହ ଲକ୍ଷ୍ନୌ ରନ୍ ଗତିରେ ସାମାନ୍ୟ ନିୟନ୍ତ୍ରଣ ଆଣିଥିଲେ। ଶତକଠୁ ୧୯ ରନ୍ ଦୂରରେ ଥିଲା ବେଳେ ଡି’କକ୍ଙ୍କୁ ସପ୍ତଦଶ ଓଭରରେ ରିସି ଟପଲେ୍ ଆଉଟ୍ କରି ଲକ୍ଷ୍ନୌକୁ ବଡ଼ ସ୍କୋର ଆଡ଼କୁ ଯିବାରେ ରୋକିଥିଲେ। ତଥାପି କେବଳ ବାଉଣ୍ଡରିରୁ (୮ଚୌକା, ୫ଛକା)ଡି’କକ୍ ୬୨ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ୧୯ତମ ଓଭରରେ ଟପ୍ଲେଙ୍କୁ ପୂରନ୍ ତିନିଟି ଛକା ଓ ଶେଷ ଓଭରରେ ମହମ୍ମଦ ସିରାଜଙ୍କୁ ଦୁଇଟି ଛକା ମାରି ଦଳକୁ ୧୮୧/୫ରେ ପହଞ୍ଚାଇଥିଲେ। ପୂରନ୍ ୪୦* ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।

Tags: