ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବିଦା କଲା ଗୁଜୁରାଟ ଟାଇଟନ୍ସ

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ବିରାଟ କୋହଲିଙ୍କ ଟ୍ରଫି ଜିତିବା ସ୍ବପ୍ନ ଅଧୁରା ରହିଯାଇଛି। ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିଲେ ହେଁ ଏହାକୁ ଶୁବମନ ଗିଲ୍ ଫିକା କରିଦେଇଥିଲେ। ଯାହାଫଳରେ ନିଜ ଘରେ ଆର୍ସିବିକୁ ୬ ୱିକେଟ୍ରେ ହରାଇଥିଲା ଗୁଜରାଟ ଟାଇଟନ୍ସ। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ରେ ୧୯୮ ରନ୍କୁ ପିଛା କରିଥିବା ଲିଗ୍ ଟପ୍ପର ଗୁଜରାଟ ଟାଇଟନ୍ସ ତୃତୀୟ ଓଭରରେ ଋଦ୍ଧିମାନ ସାହାଙ୍କୁ ହରାଇଥିଲା। ମହମ୍ମଦ […]

Samaya Live Picture
Published On

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ବିରାଟ କୋହଲିଙ୍କ ଟ୍ରଫି ଜିତିବା ସ୍ବପ୍ନ ଅଧୁରା ରହିଯାଇଛି। ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିଲେ ହେଁ ଏହାକୁ ଶୁବମନ ଗିଲ୍ ଫିକା କରିଦେଇଥିଲେ। ଯାହାଫଳରେ ନିଜ ଘରେ ଆର୍ସିବିକୁ ୬ ୱିକେଟ୍ରେ ହରାଇଥିଲା ଗୁଜରାଟ ଟାଇଟନ୍ସ। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ରେ ୧୯୮ ରନ୍କୁ ପିଛା କରିଥିବା ଲିଗ୍ ଟପ୍ପର ଗୁଜରାଟ ଟାଇଟନ୍ସ ତୃତୀୟ ଓଭରରେ ଋଦ୍ଧିମାନ ସାହାଙ୍କୁ ହରାଇଥିଲା। ମହମ୍ମଦ ସିରାଜ ତାଙ୍କୁ ଆଉଟ୍ କରି ଆର୍ସିବିକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଭାରତୀୟ ଯୋଡ଼ି ଶୁବମନ ଗିଲ୍ ଓ ବିଜୟ ଶଙ୍କର ଦ୍ବିତୀୟ ୱିକେଟ୍ ପାଇଁ ୧୨୩ ରନ୍ (୧୧.୫ ଓଭରରୁ) ଉଠାଇ ବାଙ୍ଗାଲୋର୍ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ୩୫ ବଲରୁ ୫୩ ରନ୍ ସଂଗ୍ରହ କରି ଶଙ୍କର ଆଉଟ୍ ହୋଇଯାଇଥିଲେ ମଧ୍ୟ ଗିଲ୍ଙ୍କ ସ୍ବପ୍ନୀଳ ବ୍ୟାଟିଂ ଜାରି ରହିଥିଲା। ଗିଲ୍ ୫୨ ବଲରୁ ଶତକ ହାସଲ କରିବା ସହ ୫ ବଲ୍ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ। ଗିଲ୍ଙ୍କର ମଧ୍ୟ ଏହା ଥିଲା ଲଗାତାର ଶତକ। ଏଥିପୂର୍ବରୁ ବିରାଟ କୋହଲି ୬୦ ବଲ୍ରୁ ଶତକ ପୂରଣ କରିଥିଲେ। କୋହଲି ମଧ୍ୟ ଆଇପିଏଲ୍ ଇତିହାସରେ ସର୍ବାଧିକ ଶତକ ଜମାଇବାର କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏହା ଥିଲା ଚଳିତ ଆଇପିଏଲ୍ରେ ତାଙ୍କର ଲଗାତାର ଦ୍ବିତୀୟ ଏବଂ ମୋଟ ଉପରେ ସପ୍ତମ ଶତକ।

Tags: