ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ରେ ବିଜୟ ଖାତା ଖୋଲିଛି। ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠାରୁ ହାରିଥିବା କେକେଆର୍ ଗୁରୁବାର ଆର୍ସିବିକୁ ୮୧ ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଆର୍ସିବି ବୋଲଂ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍ରହମନୁଲ୍ଲା ଗୁରବାଜଙ୍କୁ ଛାଡ଼ିଦେଲେ ଅନ୍ୟମାନେ ରନ୍ ବାହାର କରିବାକୁ ସଂଘର୍ଷ କରୁଥିଲେ। ତେବେ ଦୁଇ ଭାରତୀୟ ଖେଳାଳି ଶାର୍ଦୁଳ ଠାକୁର ଏବଂ ରିଙ୍କୁ ସିଂହ ମାତ୍ର ୭.୩ ଓଭରରେ ୧୦୩ ରନ୍ଯୋଡ଼ି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଶାର୍ଦୁଳ ଠାକୁର […]

Samaya Live Picture
Published On

କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ରେ ବିଜୟ ଖାତା ଖୋଲିଛି। ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠାରୁ ହାରିଥିବା କେକେଆର୍ ଗୁରୁବାର ଆର୍ସିବିକୁ ୮୧ ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଆର୍ସିବି ବୋଲଂ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍ରହମନୁଲ୍ଲା ଗୁରବାଜଙ୍କୁ ଛାଡ଼ିଦେଲେ ଅନ୍ୟମାନେ ରନ୍ ବାହାର କରିବାକୁ ସଂଘର୍ଷ କରୁଥିଲେ। ତେବେ ଦୁଇ ଭାରତୀୟ ଖେଳାଳି ଶାର୍ଦୁଳ ଠାକୁର ଏବଂ ରିଙ୍କୁ ସିଂହ ମାତ୍ର ୭.୩ ଓଭରରେ ୧୦୩ ରନ୍ଯୋଡ଼ି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଶାର୍ଦୁଳ ଠାକୁର ପ୍ରଥମ ବଲ୍ରୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଶାର୍ଦୁଳଙ୍କ ଆକ୍ରମଣ ପରେ ରିଙ୍କୁ ମଧ୍ୟ ଆକ୍ରମର ଆରମ୍ଭ କରିଦେଇଥିଲେ। ଶାର୍ଦୁଳ ଠାକୁର ୬୮ ରନ୍ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। କେକେଆର୍ ଧାର୍ଯ୍ୟ ଓଭର ମଧ୍ୟରେ ୨୦୪ ରନ୍ ସଂଗ୍ରହ କରିଥିଲା। ଜବାବରେ କେକେଆର୍ ସ୍ପିନର ବରୁଣ ଚକ୍ରବର୍ତ୍ତି, ସୁନିଲ ନାରାୟଣ, ନବାଗତ ସୂୟାଶ ଶର୍ମା ଆର୍ସିବି ପାଳିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ବିରାଟ କୋହଲି, ଫାପ୍ ଡୁ ପ୍ଲେସିସ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଦୀନେଶ କାର୍ତ୍ତିକ ବହୁ ଉଦ୍ୟମ କରିଥିଲେ ବି ଦଳକୁ ରକ୍ଷା କରିପାରିନଥିଲେ। ଭେଙ୍କଟେଶ ଆୟରଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭବେ ଆସି ଆଇପିଏଲ୍ପଦାର୍ପଣ କରିଥିବା ସୂୟାସଙ୍କ ୩ ୱିକେଟ୍ ସଫଳତା ସବୁଠାରୁ ଚର୍ଚ୍ଚାରେ ରହିଥିଲା। ଆର୍ସିବି ମାତ୍ର ୧୭.୪ ଓଭରରେ ୧୨୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶାର୍ଦୁଳ ଠାକୁର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ।

Tags: