ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

ବେଙ୍ଗାଲୁରୁ: ବ୍ୟାଟରଙ୍କ ଦମ୍ଦାର ପ୍ରଦର୍ଶନ ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଲଗାତାର ୪ ମ୍ୟାଚ୍ ହାରିବା ପରେ ବିଜୟ ଧାରାକୁ ଫେରିଛି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ କେକେଆର୍ ୨୧ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଛି। ଚଳିତ ଆଇପିଏଲ୍ରେ ଆର୍ସିବି ଦ୍ବିତୀୟ ଥର ପାଇଁ କେକେଆର୍ ନିକଟରୁ ପରାସ୍ତ ହୋଇଛି। କେକେଆର୍ର ୨୦୦/୫ ଜବାବରେ ଆର୍ସିବି ସ୍କୋର୍ ୧୭୯/୮ରେ ଅଟକି ଯାଇଥିଲା। ବିରାଟ କୋହଲି ଏକମାତ୍ର ବ୍ୟାଟର […]

Samaya Live Picture
Published On

ବେଙ୍ଗାଲୁରୁ: ବ୍ୟାଟରଙ୍କ ଦମ୍ଦାର ପ୍ରଦର୍ଶନ ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଲଗାତାର ୪ ମ୍ୟାଚ୍ ହାରିବା ପରେ ବିଜୟ ଧାରାକୁ ଫେରିଛି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ କେକେଆର୍ ୨୧ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଛି। ଚଳିତ ଆଇପିଏଲ୍ରେ ଆର୍ସିବି ଦ୍ବିତୀୟ ଥର ପାଇଁ କେକେଆର୍ ନିକଟରୁ ପରାସ୍ତ ହୋଇଛି। କେକେଆର୍ର ୨୦୦/୫ ଜବାବରେ ଆର୍ସିବି ସ୍କୋର୍ ୧୭୯/୮ରେ ଅଟକି ଯାଇଥିଲା। ବିରାଟ କୋହଲି ଏକମାତ୍ର ବ୍ୟାଟର ଭାବେ ଅର୍ଦ୍ଧଶତକୀୟ ପାଳି ଖେଳି ଗୋଟିଏ ପଟରୁ ଦଳକୁ ସମ୍ଭାଳିଥିଲେ। କିନ୍ତୁ ପାୱାରପ୍ଲେ ମଧ୍ୟରେ ଫାଫ୍ ଡୁ ପ୍ଲେସିସ୍, ଶାହବାଜ ଅହମ୍ମଦ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ହରାଇବାରୁ ଦଳ ସଂକଟରେ ପଡ଼ିଥିଲା। ପରେ ମହିପାଲ୍ ଲୋମରର୍ଙ୍କୁ ସାଥୀ କରି କୋହଲି ଚତୁର୍ଥ ୱିକେଟ୍ରେ ୫୫ ରନ୍ ଯୋଡ଼ିଥିଲେ। ବରୁଣ ଚକ୍ରବର୍ତ୍ତୀ ଏହି ଯୋଡ଼ି ଭାଙ୍ଗିବା ପରେ ପରବର୍ତ୍ତୀ ଓଭରରେ କୋହଲିଙ୍କୁ ରସେଲ୍ ଆଉଟ୍ କରିବାରୁ ଦଳର ବିଜୟ ଆଶା ମଉଳିଯାଇଥିଲା। ନିମ୍ନକ୍ରମରୁ ଡେଥ୍ ଓଭରରେ ବଡ଼ ରନ୍ ନବାହାରିବାରୁ ଦଳକୁ ପୁଣି ଥରେ କେକେଆର୍ଠୁ ପରାସ୍ତ ହେବାକୁ ପଡ଼ିଥିଲା। ଏଥିପୂର୍ବରୁ ପ୍ରଥମ ବ୍ୟାଟିଂ କରିଥିବା କେକେଆର୍ ପାଇଁ ଜାସନ ରଏ ଓ ଅଧିନାୟକ ନୀତୀଶ ରାଣାଙ୍କ ବିସ୍ଫୋରଣ ପରେ ଡେଥ୍ ଓଭରରେ ରିଙ୍କୁ ସିଂହଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଦଳ ୨୦୦ ଛୁଇଁଥିଲା। ଜାସନ୍ ଓ ନାରାୟଣ ଜଗଦୀଶାନ ଆରମ୍ଭରୁ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ପାୱାରପ୍ଲେରେ ୬୬ ରନ୍ ଉଠାଇଥିବା ଏହି ଯୋଡ଼ି ପ୍ରଥମ ୱିକେଟ୍ରେ ୮୩ ରନ୍ ସଂଗ୍ରହ କରିଥିଲେ। ହେଲେ ବିଜୟ କୁମାର ବୈଶାକ ଦଶମ ଓଭରରେ ଏହି ଦୁଇ ଜଣଙ୍କୁ ଆଉଟ୍ କରି ଆର୍ସିବିକୁ ବଡ଼ ସଫଳତା ଦେଇଥିଲେ। ପରେ ଭେଙ୍କଟେଶ ଆୟର ଓ ନୀତୀଶ ରନ୍ ହାରରେ କୌଣସି ପରିବର୍ତ୍ତନ ନକରି ତୃତୀୟ ୱିକେଟ୍ରେ ୪୪ ବଲ୍ରୁ ୮୦ ରନ୍ ଯୋଡ଼ିଥିଲେ। କିନ୍ତୁ ବୈଶାକଙ୍କ ପରି ୱାନିନ୍ଦୁ ହସରଙ୍ଗା ୧୮ତମ ଓଭରରେ ଆୟର (୩୧) ଓ ନୀତୀଶ (୪୮)ଙ୍କୁ ଆଉଟ୍ କରିଥିଲେ।

Tags: