ରୋହିତ ଶର୍ମା ଆଇସିସି ଶ୍ରେଷ୍ଠ ଦିନିକିଆ ଦଳର ଅଧିନାୟକ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍ର ଉପବିଜେତା ଭାରତୀୟ ଦଳର ୬ ଜଣ ଆଇସିସି ବର୍ଷର ଶ୍ରେଷ୍ଠ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଏହି ଦଳରେ ରୋହିତ ଶର୍ମା ଅଧିନାୟକ ମନୋନୀତ ହୋଇଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଶୁବମନ ଗିଲ୍, ଚତୁର୍ଥ ସ୍ଥାନ ପାଇଁ ବିରାଟ କୋହଲି, ସ୍ପିନର କୁଲଦୀପ ଯାଦବ ଏବଂ ଦ୍ରୁତ ବୋଲିଂରେ ମହମ୍ମଦ ସିରାଜ ଓ ମହମ୍ମଦ ସାମି ବିଶ୍ବ ଦଳରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏମାନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ଓ […]

Samaya Live Picture
Published On

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍ର ଉପବିଜେତା ଭାରତୀୟ ଦଳର ୬ ଜଣ ଆଇସିସି ବର୍ଷର ଶ୍ରେଷ୍ଠ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଏହି ଦଳରେ ରୋହିତ ଶର୍ମା ଅଧିନାୟକ ମନୋନୀତ ହୋଇଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଶୁବମନ ଗିଲ୍, ଚତୁର୍ଥ ସ୍ଥାନ ପାଇଁ ବିରାଟ କୋହଲି, ସ୍ପିନର କୁଲଦୀପ ଯାଦବ ଏବଂ ଦ୍ରୁତ ବୋଲିଂରେ ମହମ୍ମଦ ସିରାଜ ଓ ମହମ୍ମଦ ସାମି ବିଶ୍ବ ଦଳରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏମାନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ଓ ଆଡାମ୍ ଜାମ୍ପା, ନ୍ୟୁଜିଲାଣ୍ଡର ଡାରିଲ୍ ମିଚେଲ୍, ଦକ୍ଷିଣ ଆଫ୍ରିକାର ହେନରିକ୍ କ୍ଲାସେଁ ଓ ମାର୍କୋ ୟାନସେନ୍ ଏହି ଦଳରେ ସ୍ଥାନିତ ହୋଇଛନ୍ତି।
୨୦୨୩ରେ ରୋହିତ ୫୨ ହାରରେ ୧୨୫୫ ରନ୍ ସଂଗ୍ରହ କରିଛନ୍ତି। ବିଶ୍ବକପ୍ରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦଳକୁ ଫାଇନାଲ୍ ପର୍ଯ୍ୟନ୍ତ ନେଇଥିଲା। ସେହିପରି ତାଙ୍କ ପ୍ରାରମ୍ଭିକ ଯୋଡ଼ି ଗିଲ୍ ମଧ୍ୟ ଏହି ବର୍ଷ ୧୫୮୪ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ଏହି ବର୍ଷ ଏକାଧିକ କୀର୍ତ୍ତିମାନ କରିବା ସହ ସଚିନ ତେନ୍ଦୁଲକରଙ୍କ ଶତକ କୀର୍ତ୍ତିମାନକୁ ମଧ୍ୟ ପଛରେ ପକାଇଦେଇଥିଲେ। ବିଶ୍ବକପ୍ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା। ଭାରତୀୟ ବୋଲିଂର ତ୍ରିମୂର୍ତ୍ତି ମହମ୍ମଦ ସିରାଜ, ମହମ୍ମଦ ସାମି ଓ କୁଲଦୀପ ଯାଦବଙ୍କ ପାଇଁ ମଧ୍ୟ ୨୦୨୩ ସ୍ମରଣୀୟ ରହିବ। ଏହି ବର୍ଷ ସିରାଜ ୪୪ ୱିକେଟ୍ ନେଇଥିଲା ବେଳେ ସାମି ବିଶ୍ବକପ୍ରେ ୪ଥର ୫ ୱିକେଟ୍ ସଫଳତା ପାଇ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଥିଲେ। କୁଲଦୀପ ମଧ୍ୟ ଏହି ବର୍ଷ ୪୯ ଦିନିକିଆ ୱିକେଟ୍ ଅକ୍ତିଆର କରିଥିଲେ।

Tags: