ରୋହିତଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ ବିଶ୍ବକପ୍ ଦଳର ଘୋଷିତ
ମୁମ୍ବାଇ: ମାସକ ପରେ ଭାରତରେ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ହୋଇଛନ୍ତି। ଦଳରେ ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କିନ୍ତୁ ସଂଜୁ ସାମସନ୍ ଓ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବାଦ୍ ପଡ଼ିଛନ୍ତି। ଏହି ଦଳରେ ୭ ବ୍ୟାଟର, ୪ ବୋଲର ଓ ୪ ଅଲ୍ରାଉଣ୍ଡର୍ଙ୍କୁ ନିଆଯାଇଥିବା […]
ମୁମ୍ବାଇ: ମାସକ ପରେ ଭାରତରେ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ହୋଇଛନ୍ତି। ଦଳରେ ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କିନ୍ତୁ ସଂଜୁ ସାମସନ୍ ଓ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବାଦ୍ ପଡ଼ିଛନ୍ତି। ଏହି ଦଳରେ ୭ ବ୍ୟାଟର, ୪ ବୋଲର ଓ ୪ ଅଲ୍ରାଉଣ୍ଡର୍ଙ୍କୁ ନିଆଯାଇଥିବା ନେଇ କାଣ୍ଡିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚୟନ ସମିତି ଅଧ୍ୟକ୍ଷ ଅଜିତ ଅଗରକର ଓ ଅଧିନାୟକ ରୋହିତ ଏହି ଘୋଷଣା କରିଛନ୍ତି।
ରୋହିତଙ୍କ ମତରେ, ମ୍ୟାଚ୍ ବେଳକୁ ଖେଳାଳିଙ୍କ ଲୟ ସହିତ ପ୍ରତିପକ୍ଷଠୁ ଆସୁଥିବା ଆହ୍ବାନକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ଏକାଦଶ ଚୟନ କରାଯିବ। ତେଣୁ ସମ୍ଭବତଃ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଦଳ ଗଠନ କରାଯାଇଛି। ଆମର ବ୍ୟାଟିଂରେ ଗଭୀରତା ରହିଛି। ଆମ ପାଖରେ ସ୍ପିନ୍ ଓ ଦ୍ରୁତ ବୋଲରଙ୍କ ବିକଳ୍ପ ରହିଛି। ଏହାକୁ ଦେଖିଲେ ହାର୍ଦ୍ଦିକ ପାଣ୍ଡ୍ୟା ସବୁକ୍ଷେତ୍ରରେ ଏକ ସମ୍ମିଶ୍ରଣ। ବିଶ୍ବକପ୍ ପାଇଁ ତାଙ୍କର ଲୟରେ ରହିବା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ରୋହିତ କହିଛନ୍ତି। ମାଂସପେଶୀ ଜନିତ ଆଘାତ ପାଇଁ କେଏଲ୍ ରାହୁଲ୍ ଦୀର୍ଘ ସମୟ ଧରି କ୍ରିକେଟ୍ଠୁ ଦୂରେଇ ରହିଥିଲେ। ବର୍ତ୍ତମାନ ସେ ଏସିଆ କପ୍ ଦଳରେ ସ୍ଥାନ ପାଇବା ସହ ସୁପର୍ ଫୋର୍ରେ ଖେଳିବେ। ରାହୁଲଙ୍କ ସହ ଶ୍ରେୟସ ଓ ବୁମ୍ରା ଦଳକୁ ପ୍ରତ୍ୟାବର୍ତ୍ତନ କଲେଣି। ତେଣୁ ବିଶ୍ବକପ୍ରେ ଏହି ଖେଳାଳିମାନେ ଦଳର ସନ୍ତୁଳନ ରକ୍ଷା କରିପାରିବେ ବୋଲି ରୋହିତ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ଅକ୍ଷର ପଟେଲ, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ।




