ରୋମାଞ୍ଚକ ମୁକାବିଲା ପରେ କ୍ବାର୍ଟରଫାଇନାଲରେ ନୋଭାକ ଜୋକୋଭିକ୍

ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିୟା ଖେଳାଳି ନୋଭାକ ଜୋକୋଭିକ୍ ଅଳ୍ପକେ ବର୍ତିଯାଇଛନ୍ତି। ଜୋକୋଭିକ୍ ୬-୧, ୫-୭, ୩-୬, ୬-୫, ୬-୩ରେ ୨୩ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନା ଖେଳାଳି ଫ୍ରାନସିସ୍କୋ ସେରୁଣ୍ଡୋଲୋଙ୍କୁ ପରାସ୍ତ କରି କ୍ବାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି। ପ୍ରଥମ ଗେମ୍ ଜିତିବା ପରେ ପରବର୍ତୀ ଦୁଇଟିରେ ପରାସ୍ତ ଜୋକୋଭିକ୍ ଅନ୍ତିମ ଦୁଇଟିରେ ନିଜ ଦମ ଦେଖାଇଥିଲେ। ଦୀର୍ଘ ୪ ଘଣ୍ଟା ୩୯ ମିନିଟ୍ ଧରି ଏହି ମୁକାବିଲା ଚାଲିଥିଲା। ଫଳରେ […]

Samaya Live Picture
Published On

ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିୟା ଖେଳାଳି ନୋଭାକ ଜୋକୋଭିକ୍ ଅଳ୍ପକେ ବର୍ତିଯାଇଛନ୍ତି। ଜୋକୋଭିକ୍ ୬-୧, ୫-୭, ୩-୬, ୬-୫, ୬-୩ରେ ୨୩ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନା ଖେଳାଳି ଫ୍ରାନସିସ୍କୋ ସେରୁଣ୍ଡୋଲୋଙ୍କୁ ପରାସ୍ତ କରି କ୍ବାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି। ପ୍ରଥମ ଗେମ୍ ଜିତିବା ପରେ ପରବର୍ତୀ ଦୁଇଟିରେ ପରାସ୍ତ ଜୋକୋଭିକ୍ ଅନ୍ତିମ ଦୁଇଟିରେ ନିଜ ଦମ ଦେଖାଇଥିଲେ। ଦୀର୍ଘ ୪ ଘଣ୍ଟା ୩୯ ମିନିଟ୍ ଧରି ଏହି ମୁକାବିଲା ଚାଲିଥିଲା। ଫଳରେ ଆଉ ଏକ ଟ୍ରଫି ବିଜୟ ଦିଗରେ ଜୋକୋଭିକ୍ ଅଗ୍ରସର ହୋଇଛନ୍ତି। ଏହି ବିଜୟ ସହ ସେ ମଧ୍ୟ ୩୭୦ତମ ଗ୍ରାଣ୍ଡ୍ ସ୍ଲାମ ମ୍ୟାଚ୍ ଜିତି ରେକର୍ଡ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ଦୁଇ ଭାରତୀୟ ରୋହନ ବୋପାନ୍ନା ଓ ଏନ୍‌ ଶ୍ରୀରାମ ବାଲାଜୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଭେଟେରାନ ବୋପାନ୍ନା ବିଜୟୀ ହୋଇ କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତୃତୀୟ ରାଉଣ୍ଡରେ ବିଶ୍ବର ଦୁଇ ନମ୍ବର ଯୋଡ଼ି ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବ୍‌ଡ଼େନ ୬-୭, ୬-୩, ୭-୬ ସେଟ୍‌ରେ ବାଲାଜୀ ଓ ତାଙ୍କ ସାଥୀ ମେକ୍ସିକୋର ମିଗୁଲ ଆଞ୍ଜେଲଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟରଫାଇନାଲ୍‌ରେ ଭାରତ-ଅଷ୍ଟ୍ରେଲିଆ ଯୋଡ଼ି ସାଣ୍ଡର ଗିଲେ-ଜୋରାନ ଭ୍ଲିଗେନଙ୍କୁ ଭେଟିବେ।

Tags: