ରୋହିତଙ୍କ ଅର୍ଦ୍ଧଶତକ ପରେ ଶେଷ ବଲ୍‌ରେ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ: ଲଗାତାର ଦୁଇଟି ମ୍ୟାଚ୍ରେ ପରାଜିତ ହେବା ପରେ ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ବିଜୟ ଅଭିଯାନ ଆରମ୍ଭ କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ୬୫ ରନ୍ ସହାୟତାରେ ମୁମ୍ବାଇ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କିରିଥିବା ଦିଲ୍ଲୀ ୧୭୨ ରନ୍ ସଂଗ୍ରହ କରିଥଇଲା ବେଳେ ମୁମ୍ବାଇ ଏହାକୁ ଶେଷ ବଲ୍ରେ ହାସଲ କରିଥିଲା। ଶେଷ ବଲ୍ରେ ବିଜୟ ପାଇଁ ୨ ରନ୍ ଆବଶ୍ୟକ ହେଉଥିଲା […]

Samaya Live Picture
Published On

ନୂଆଦିଲ୍ଲୀ: ଲଗାତାର ଦୁଇଟି ମ୍ୟାଚ୍ରେ ପରାଜିତ ହେବା ପରେ ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ବିଜୟ ଅଭିଯାନ ଆରମ୍ଭ କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ୬୫ ରନ୍ ସହାୟତାରେ ମୁମ୍ବାଇ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କିରିଥିବା ଦିଲ୍ଲୀ ୧୭୨ ରନ୍ ସଂଗ୍ରହ କରିଥଇଲା ବେଳେ ମୁମ୍ବାଇ ଏହାକୁ ଶେଷ ବଲ୍ରେ ହାସଲ କରିଥିଲା। ଶେଷ ବଲ୍ରେ ବିଜୟ ପାଇଁ ୨ ରନ୍ ଆବଶ୍ୟକ ହେଉଥିଲା ବେଳେ ଟିମ୍ ଡେଭିଡ୍ ଏହାକୁ ଅର୍ଜନ କରିବାରେ ସଫଳ ହୋଇଥିଲେ।
ଅରୁଣ ଜେଟଲି ଷ୍ଟାଡିୟମ୍ରେ ପ୍ରଥମ ଥର ପୃଥ୍ବୀ ସ’ ଲୟକୁ ଫେରୁଥିବା ଭଳି ଆରମ୍ଭରୁ ମନେ ହେଉଥିଲା। କିନ୍ତୁ ହ୍ରିତିକ ସୋକିନ୍ଙ୍କୁ ସୁଇପ୍ ମାରିବାକୁ ଯାଉଥିଲା ବେଳେ ପୃଥ୍ବୀ (୧୫) ଆଉଟ୍ ହୋଇଯାଇଥିଲେ। ପରେ ଡେଭିଡ୍ ୱାର୍ଣ୍ଣରଙ୍କ ସହ ମନୀଷ ପାଣ୍ଡେ (୨୬) କିଛି ସମୟ ପାଇଁ ପାଳି ସମ୍ଭାଳି ଦ୍ବିତୀୟ ୱିକେଟ୍ରେ ୪୩ ରନ୍ ଯୋଡ଼ିଥିଲେ। ୱାର୍ଣ୍ଣର ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ ମଧ୍ୟ ୟାଶ ଧୂଲ (୨), ରୋଭମନ ପାୱେଲ (୪), ଲଳିତ ଯାଦବ (୨) ଜଣକ ପରେ ଜଣେ ପ୍ୟାଭିଲିୟନ୍ ଫେରି ଯାଇଥିଲେ। ଅକ୍ଷର ପଟେଲ୍ କିନ୍ତୁ ଦିଲ୍ଲୀ ପାଳିକୁ ସଜାଡ଼ିବା ସହ ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଏହାମଧ୍ୟରେ ଅକ୍ଷର ୨୨ ବଲ୍ରୁ ଚଳିତ ଆଇପିଏଲ୍ରେ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲେ। କିନ୍ତୁ ୧୯ତମ ଓଭରରେ ଅକ୍ଷର (୫୪ ରନ୍, ୨୫ ବଲ୍, ୪ ଚୌକା, ୫ ଛକା)ଙ୍କ ସହ ୱାର୍ଣ୍ଣର (୫୧), କୁଲଦୀପ ଯାଦବ (୦, ରନ୍ଆଉଟ୍) ଓ ଅଭିଷେକ ପୋରେଲ୍ (୧) ଆଉଟ୍ ହୋଇଯିବାରୁ ଦଳର ରନ୍ ଗତି ପୂର୍ବାପେକ୍ଷା ଧିମା ହୋଇଥିଲା। ଏପରିକି ଧାର୍ଯ୍ୟ ଓଭରର ଦୁଇଟି ବଲ୍ ପୂର୍ବରୁ ଦିଲ୍ଲୀ ସମସ୍ତ ୱିକେଟ୍ ହରାଇଥିଲା। ୧୭୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଆସିଥିବା ରୋହିତ ଶର୍ମା (୬୫) ଓ ଈଶାନ କିଶନ (୩୧) ଙ୍କ ଯୋଡ଼ି ବିସ୍ଫୋରକ ଆରମ୍ଭ କରିବା ସହ ପାୱାରପ୍ଲେ ଭିତରେ ୬୮ ରନ୍ ଉଠାଇଥିଲେ। କିନ୍ତୁ ଅଷ୍ଟମ ଓଭରରେ ଈଶାନ ରନ୍ଆଉଟ୍ ହୋଇଯାଇଥିଲେ। ତିଳକ ବର୍ମା (୪୧) ଦ୍ବିତୀୟ ୱିକେଟ୍ରେ ରୋହିତଙ୍କ ସହ ମିଶି ଦଳକୁ ଶତକ ପାର୍ କରାଇବା ସହ ବିଜୟ ନିକଟତର କରାଇଥିଲେ। ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ନିରାଶ କରି ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ। ତେବେ ରୋହିତ ଆଉଟ୍ ହେବା ପରେ ଗ୍ରିନ୍ (୧୭*) ଓ ଟିମ୍ ଡେଭିଡ୍ (୧୩*) ଦଳକୁ ଶେଷ ଓଭରରେ ଜିତାଇଥିଲେ।

Tags: