ରେକର୍ଡ ଥର ଫେଞ୍ଚ ଓପନ୍ ପୁରୁଷ ସିଙ୍ଗଲ୍ସ ଟ୍ରଫି ଜିତିଲେ ଜୋକୋଭିକ୍

ପ୍ୟାରିସ୍: ୩୬ ବର୍ଷ ବୟସରେ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବା ସହ ସର୍ବିୟା କିଂବଦନ୍ତି ନୋଭାକ ଜୋଜୋଭିକ୍ ରେକର୍ଡ ବୁକ୍ରେ ନିଜ ନାମ ସାମିଲ କରି ନେଇଛନ୍ତି। ବିଶ୍ବର ପ୍ରଥମ ଖେଳାଳି ଭାବେ ସମସ୍ତ ୪ ଗ୍ରାଣ୍ଡ ସ୍ଲାମ୍କୁ ଅନ୍ୟୁନ ୩ ଥର ଲେଖାଏଁ ଜିତିବାର ଗୌରବ ପାଇଛନ୍ତି। ମୋଟ ଉପରେ ୨୩ ପୁରୁଷ ଏକକ ଟ୍ରଫି ଜିତି ନୂଆ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଜୋକୋଭିକ୍ ୭-୬ (୧), […]

Samaya Live Picture
Published On

ପ୍ୟାରିସ୍: ୩୬ ବର୍ଷ ବୟସରେ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବା ସହ ସର୍ବିୟା କିଂବଦନ୍ତି ନୋଭାକ ଜୋଜୋଭିକ୍ ରେକର୍ଡ ବୁକ୍ରେ ନିଜ ନାମ ସାମିଲ କରି ନେଇଛନ୍ତି। ବିଶ୍ବର ପ୍ରଥମ ଖେଳାଳି ଭାବେ ସମସ୍ତ ୪ ଗ୍ରାଣ୍ଡ ସ୍ଲାମ୍କୁ ଅନ୍ୟୁନ ୩ ଥର ଲେଖାଏଁ ଜିତିବାର ଗୌରବ ପାଇଛନ୍ତି। ମୋଟ ଉପରେ ୨୩ ପୁରୁଷ ଏକକ ଟ୍ରଫି ଜିତି ନୂଆ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଜୋକୋଭିକ୍ ୭-୬ (୧), ୬-୩, ୭-୫ରେ ନରୱେର କାସପର୍ ରୁଡଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ଜୋକୋଭିକ୍ ଏହି ପ୍ରତିଯୋଗିତାକୁ ୨୦୧୬ ଓ ୨୦୨୧ରେ ମଧ୍ୟ ଜିତିଥିଲେ। ଚଳିତ ବର୍ଷ ଜୋକୋଭିକ୍ ମଧ୍ୟ ଅଷ୍ଟ୍ରେଲିଆନ୍ ଓପନ୍କୁ ଦଶମ ଥର ପାଇଁ ହାସଲ କରି ଅନ୍ୟତମ ରେକର୍ଡ କରିଥିଲେ। ଏହା ଛଡ଼ା ସେ ୭ ଥର ୱିମ୍ବଲଡ଼ନ୍ ଓ ୩ ଥର ୟୁଏସ୍ ଓପନ୍ ଟ୍ରଫି ଜିତିବାର ଗୌରବ ରଖିଛନ୍ତି।

Tags: