ରୁଷିଆ ଅଲିମ୍ପିକ୍ କମିଟି ଉପରେ ନିଲମ୍ବନ ବଳବତ୍ତର ରଖିଲା କାସ
ମସ୍କୋ: ରୁଷିଆ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍ସ ସମିତି (ଆଇଓସି) ବିରୋଧରେ କରାଯାଇଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସ (କାସ) ଖାରଜ କରିଦେଇଛି। ସୀମା ଆଇନ ଉଲଂଘନ କରି ରୁଷିଆ ଦ୍ବାରା ୟୁକ୍ରେନ୍ର ଲୁହାଂଶକ, ଡୋନଟସ୍କ, ଖେରସନ୍, ଭାପୋରିଝିଆକୁ ନିଜର ଆଞ୍ଚଳିକ ସଂଘ ଭାବେ ସ୍ବୀକୃତି ଦେଇଥିଲା। ଯେଉଁଥିପାଇଁ ଗତ ଅକ୍ଟୋବରରେ ଆଇଓସି ଦ୍ବାରା ରୁଷିଆ ଅଲିମ୍ପିକ୍ କମିଟି (ଆର୍ଓସି)କୁ ବାସନ୍ଦ କରିଥିଲା। ରୁଷିଆ ୨୦୨୨ ଫେବ୍ରୁଆରିରେ ୟୁକ୍ରେନ୍ ଉପରେ […]
ମସ୍କୋ: ରୁଷିଆ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍ସ ସମିତି (ଆଇଓସି) ବିରୋଧରେ କରାଯାଇଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସ (କାସ) ଖାରଜ କରିଦେଇଛି। ସୀମା ଆଇନ ଉଲଂଘନ କରି ରୁଷିଆ ଦ୍ବାରା ୟୁକ୍ରେନ୍ର ଲୁହାଂଶକ, ଡୋନଟସ୍କ, ଖେରସନ୍, ଭାପୋରିଝିଆକୁ ନିଜର ଆଞ୍ଚଳିକ ସଂଘ ଭାବେ ସ୍ବୀକୃତି ଦେଇଥିଲା। ଯେଉଁଥିପାଇଁ ଗତ ଅକ୍ଟୋବରରେ ଆଇଓସି ଦ୍ବାରା ରୁଷିଆ ଅଲିମ୍ପିକ୍ କମିଟି (ଆର୍ଓସି)କୁ ବାସନ୍ଦ କରିଥିଲା। ରୁଷିଆ ୨୦୨୨ ଫେବ୍ରୁଆରିରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ଯାହାକୁ ମସ୍କୋ ପକ୍ଷରୁ ସ୍ବତନ୍ତ୍ର ଅପରେସନ୍ ବୋଲି କୁହାଯାଇଥିଲା। ଏହାପରଠୁ ରୁଷିଆ ଓ ବେଲାରୁଷ୍ର କ୍ରୀଡ଼ାବିତ୍ଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଅଂଶଗ୍ରହଣ ଉପରେ କଟକଣା ଲଗାଯାଇଥିଲା। ତଥାପି ଗତବର୍ଷ ଆଇଓସି ଦ୍ବାରା ଏହି ଦୁଇ ଦେଶର କ୍ରୀଡ଼ାବିତ୍ଙ୍କୁ ନିରପେକ୍ଷ ଖେଳାଳି ଭାବେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଅନୁମତି ଦେଇଥିଲା।




