ରୁଟଙ୍କ ଶତକ ପରେ ଇଂଲଣ୍ଡ ୩୯୩/୮ ପାଳି ଘୋଷିତ, ଅଷ୍ଟ୍ରେଲିଆ ୧୪/୦

ବର୍ମିଂହାମ୍: ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହୋଇଥିବା ଐତିହାସିକ ଟେଷ୍ଟ ଶୃଙ୍ଖଳା ଆସେସ୍ ଟ୍ରଫିର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ପ୍ରଥମ ଦିନରେ ୩୯୩/୮ ରେ ପାଳି ଘୋଷଣା କରିଛି। ଜୋ ରୁଟ୍ ୩୦ତମ ଶତକ ଅଜର୍ନ କରି ୧୧୮* ରନ୍ରେ ଅପରାଜିତ ରହିଥିଲେ। ୨୦୧୫ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ ଶତକ ହୋଇଥିଲା। ଏଥିସହ ଆସେସ୍ରେ ଚତୁର୍ଥ ଶତକ ଅର୍ଜନ କରିଥିଲେ। ନାଥନ୍ ଲାୟନ୍ ୪ ୱିକେଟ୍ ନେଇ […]

Samaya Live Picture
Published On

ବର୍ମିଂହାମ୍: ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହୋଇଥିବା ଐତିହାସିକ ଟେଷ୍ଟ ଶୃଙ୍ଖଳା ଆସେସ୍ ଟ୍ରଫିର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ପ୍ରଥମ ଦିନରେ ୩୯୩/୮ ରେ ପାଳି ଘୋଷଣା କରିଛି। ଜୋ ରୁଟ୍ ୩୦ତମ ଶତକ ଅଜର୍ନ କରି ୧୧୮* ରନ୍ରେ ଅପରାଜିତ ରହିଥିଲେ। ୨୦୧୫ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ ଶତକ ହୋଇଥିଲା। ଏଥିସହ ଆସେସ୍ରେ ଚତୁର୍ଥ ଶତକ ଅର୍ଜନ କରିଥିଲେ। ନାଥନ୍ ଲାୟନ୍ ୪ ୱିକେଟ୍ ନେଇ ସବୁଠୁ ସଫଳ ବୋଲର ହୋଇଛନ୍ତି। ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନହରାଇ ୧୪ ରନ୍ ସଂଗ୍ରହ କରିଛି। ଡେଭିଡ୍ ୱାର୍ଣ୍ଣର ୮* ଓ ଉସ୍ମାନ ଖୱାଜା ୪* ରନ୍ କରି ଅପରାଜିତ ଅଛନ୍ତି।
ଏଥିପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପାଇଁ ବେନ୍ ଡକେଟ୍ ୧୨ ରନ୍ କରି ଆଉଟ୍ ହେବା ପରେ ଜାକ୍ କ୍ରଲି (୬୧) ଓ ଓଲି ପୋପ୍ (୩୧) ଦ୍ବିତୀୟ ୱିକେଟ୍ରେ ୭୦ ରନ୍ ଯୋଡ଼ିଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା ରୁଟ୍ ଇଂଲଣ୍ଡ ମଙ୍ଗ ସମ୍ଭାଳିବା ସହ ହାରି ବ୍ରୁକ୍ (୩୨)ଙ୍କ ସହ ୫୧ ରନ୍ ଯୋଡ଼ି ଦଳକୁ ମଜବୁତ୍ କରିଥିଲେ। କିନ୍ତୁ ୬ ବଲ୍ ବ୍ୟବଧାନରେ ବ୍ରୁକ୍ ଓ ବେନ୍ ଷ୍ଟୋକ୍ସ (୧) ଆଉଟ୍ ହେବାରୁ ଜନି ବେୟାରଷ୍ଟୋଙ୍କ ସହ ମିଶି ରୁଟ୍ ରକ୍ଷଣାତ୍ମକ ଖେଳିଥିଲେ। କିନ୍ତୁ ଚା’ ପାନ ବିରତି ପରେ ଉଭୟ ଦ୍ରୁତ ରନ୍ ବାହାର କରିଥିଲେ। ଷଷ୍ଠ ୱିକେଟ୍ରେ ରୁଟ୍ ଓ ବେୟାରଷ୍ଟୋ (୭୮) ୧୨୧ ରନ୍ ଉଠାଇଥିଲା ବେଳେ ଲାୟନ୍ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ରୁଟ୍ କିନ୍ତୁ ପାଳି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖି ୧୪୫ ବଲ୍ରୁ ଶତକ ଅର୍ଜନ କରିଥିଲେ।

Tags: