ରିଅଲ୍ ମାଦ୍ରିଦ୍ ଜିତିଲା ସ୍ପାନିସ୍ କପ୍
ସେଭିଲେ: ଓସାସୁନା ଦଳକୁ ୨-୧ରେ ପରାସ୍ତ କରି ରିଅଲ୍ ମାଦ୍ରିଦ୍ ଦଳ ସ୍ପାନିସ୍ କପ୍ ଚାମ୍ପିଅନ୍ ହୋଇଛି। ଶନିବାର ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ରୋଦ୍ରିଗୋଙ୍କ ଉଭୟ ଗୋଲ୍ରେ ତାଙ୍କ ବ୍ରାଜିଲ ସାଥୀ ଭିନିସିଅସ ଜୁନିୟରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ରୋଦ୍ରିଗୋ ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଭିନିସିଅସ୍ଙ୍କ ସହାୟତାରେ ପ୍ରଥମ ଗୋଲ୍ କରିଥିଲେ। ହୋଲେ ୫୮ତମ ମିନିଟ୍ରେ ଲୁକାସ ଟୋରୋଙ୍କ ଗୋଲ୍ ବଳରେ ଓସାସୁନା ସ୍ଥିତି ୧-୧ କରିଦେଇଥିଲେ। ମାତ୍ର ୭୦ତମ ମିନିଟ୍ରେ ରୋଦ୍ରିଗୋ-ଭିନିସିଅସ୍ ଯୋଡ଼ି ଦ୍ବିତୀୟ […]
ସେଭିଲେ: ଓସାସୁନା ଦଳକୁ ୨-୧ରେ ପରାସ୍ତ କରି ରିଅଲ୍ ମାଦ୍ରିଦ୍ ଦଳ ସ୍ପାନିସ୍ କପ୍ ଚାମ୍ପିଅନ୍ ହୋଇଛି। ଶନିବାର ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ରୋଦ୍ରିଗୋଙ୍କ ଉଭୟ ଗୋଲ୍ରେ ତାଙ୍କ ବ୍ରାଜିଲ ସାଥୀ ଭିନିସିଅସ ଜୁନିୟରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ରୋଦ୍ରିଗୋ ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଭିନିସିଅସ୍ଙ୍କ ସହାୟତାରେ ପ୍ରଥମ ଗୋଲ୍ କରିଥିଲେ। ହୋଲେ ୫୮ତମ ମିନିଟ୍ରେ ଲୁକାସ ଟୋରୋଙ୍କ ଗୋଲ୍ ବଳରେ ଓସାସୁନା ସ୍ଥିତି ୧-୧ କରିଦେଇଥିଲେ। ମାତ୍ର ୭୦ତମ ମିନିଟ୍ରେ ରୋଦ୍ରିଗୋ-ଭିନିସିଅସ୍ ଯୋଡ଼ି ଦ୍ବିତୀୟ ଗୋଲ୍ କରି ରିଅଲ୍ ମାଦ୍ରିଦ୍କୁ ବିଜେତା କରାଇଥିଲେ। ଏହା ପୂର୍ବରୁ ଉଭୟ ଆଟ୍ଲେଟିକୋ ମାଦ୍ରିଦ୍ ଏବଂ ବାର୍ସେଲୋନାକୁ ପରାସ୍ତ କରି ରିଅଲ୍ ମାଦ୍ରିଦ୍ ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲେ। ଏହି ବିଜୟ ବଳରେ ମାଦ୍ରିଦ୍ ମଧ୍ୟ ସ୍ପାନିସ୍ କପ୍ ଜିତିବା ପାଇଁ ୯ ବର୍ଷ ଧରି ପ୍ରତୀକ୍ଷାର ଅନ୍ତ ଘଟାଇଛି।




