ରାଜସ୍ଥାନ ରୟାଲ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ

ଗୌହାଟୀ: ଆଇପିଏଲ୍ରେ ବୁଧବାର ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍ରେ ୫ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସଠୁ ୫ ପରାଜିତ ହୋଇଛି। ୧୪୫ରନ୍ର ଲକ୍ଷ୍ୟକୁ ପଞ୍ଜାବ ୧୮.୫ ଓଭରରେ ହାସଲ କରିଛି। ଚଳିତ ସଂସ୍କରଣରେ ଶେଷ ମ୍ୟାଚ୍ ଖେଳୁଥିବା ସାମ୍ କରନ୍ ୬୩* ରନ୍ର ଅପରାଜିତ ଅଧିନାୟକ ପାଳି ଖେଳି ଦଳକୁ ଜିତାଇଛନ୍ତି। ପ୍ରଥମ ପ୍ରଭସିମ୍ରନ୍ ସିଂହ (୬), ରିଲି ରୁସୋ (୨୨), ଶଶାଙ୍କ ସିଂହ (୦), ଜନି ବେୟାରଷ୍ଟୋ (୧୪) ଶୀଘ୍ର ଆଉଟ୍ ହୋଇଯିବାରୁ ମାତ୍ର ୪୮ ରନ୍ ଭିତରେ […]

Samaya Live Picture
Published On

ଗୌହାଟୀ: ଆଇପିଏଲ୍ରେ ବୁଧବାର ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍ରେ ୫ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସଠୁ ୫ ପରାଜିତ ହୋଇଛି। ୧୪୫ରନ୍ର ଲକ୍ଷ୍ୟକୁ ପଞ୍ଜାବ ୧୮.୫ ଓଭରରେ ହାସଲ କରିଛି। ଚଳିତ ସଂସ୍କରଣରେ ଶେଷ ମ୍ୟାଚ୍ ଖେଳୁଥିବା ସାମ୍ କରନ୍ ୬୩* ରନ୍ର ଅପରାଜିତ ଅଧିନାୟକ ପାଳି ଖେଳି ଦଳକୁ ଜିତାଇଛନ୍ତି। ପ୍ରଥମ ପ୍ରଭସିମ୍ରନ୍ ସିଂହ (୬), ରିଲି ରୁସୋ (୨୨), ଶଶାଙ୍କ ସିଂହ (୦), ଜନି ବେୟାରଷ୍ଟୋ (୧୪) ଶୀଘ୍ର ଆଉଟ୍ ହୋଇଯିବାରୁ ମାତ୍ର ୪୮ ରନ୍ ଭିତରେ ପଞ୍ଜାବ ୪ ୱିକେଟ୍ ହରାଇ ସାରିଥିଲା। ମାତ୍ର କରନ୍ ଗୋଟିଏ ପଟରୁ ରକ୍ଷଣାତ୍ମକ ଖେଳି ଦଳକୁ ବିଜୟ ଆଡ଼କୁ ନେଇଥିଲେ। ପଞ୍ଚମ ୱିକେଟ୍ରେ ଜିତେଶ ଶର୍ମା (୨୨)ଙ୍କ ସହ ୬୩ ରନ୍ ଓ ଷଷ୍ଠ ୱିକେଟ୍ରେ ଆଶୁତୋଷ ଶର୍ମା (୧୭*)ଙ୍କ ସହ ଅବିଭାଜିତ ୩୪* ରନ୍ ଭାଗୀଦାରି ଗଢି କରନ୍ ଖେଳକୁ ୭ ବଲ୍ ପୂର୍ବରୁ ମ୍ୟାଚ୍ ଶେଷ କରିଥିଲେ। ଏଥିପୂର୍ବରୁ ରାଜସ୍ଥାନ ରୟାଲସ ଟସ୍ ଜିତି ବ୍ୟାଟିଂ କରିଥିଲେ। କିନ୍ତୁ ଆରମ୍ଭରୁ ଦଳ ବିପର୍ଯ୍ୟୟରେ ପଡ଼ିଥିଲା। ପ୍ରଥମ ଓଭରରେ ଯଶସ୍ବୀ ଜୟସ୍ବାଲ୍(୪)ଙ୍କୁ ସାମ୍ କରନ୍ ବୋଲ୍ଡ କରିଥିଲା ବେଳେ ପଦାର୍ପଣ କରିଥିବା ଟମ୍ କୋହଲର କାଡ୍ମୋର୍ (୧୮) ଓ ସଞ୍ଜୁ (୧୮) ମଧ୍ୟ ବିଶେଷ କିଛି ଅବଦାନ ଦେଇପାରି ନଥିଲେ। ରିୟାନ ପରାଗ (୪୮) ରକ୍ଷଣାତ୍ମକ ଖେଳି ଦଳକୁ ୧୪୪/୯ରେ ପହଞ୍ଚାଇଥିଲେ।

Tags: