ରାଜସ୍ଥାନ ରୟାଲ୍ସକୁ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍

ଜୟପୁର: ରାଜସ୍ଥାନ ରୟାଲ୍ସକୁ ୧୧୨ ରନ୍ରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି। ଆର୍ସିବି ୧୭୧ ରନ୍ କରିବା ପରେ ରୟାଲ୍ସ ପାଳିକୁ ମାତ୍ର ୫୯ ରନ୍ରେ ଶେଷ କରିଦେଇଥିଲା। ଆର୍ସିବି ଦ୍ବାଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ପଞ୍ଚମକୁ ଉଠିଛି। ଅନ୍ୟପକ୍ଷରେ କର ବା ମର ମ୍ୟାଚ୍ରେ ହାରିଯିବା ଫଳରେ ସଂଜୁ ସାମସନଙ୍କ ଦଳ ସପ୍ତମ ପରାଜୟ ସହ ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି। ପ୍ରଥମେ ବ୍ୟାଟିଂ […]

Samaya Live Picture
Published On

ଜୟପୁର: ରାଜସ୍ଥାନ ରୟାଲ୍ସକୁ ୧୧୨ ରନ୍ରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି। ଆର୍ସିବି ୧୭୧ ରନ୍ କରିବା ପରେ ରୟାଲ୍ସ ପାଳିକୁ ମାତ୍ର ୫୯ ରନ୍ରେ ଶେଷ କରିଦେଇଥିଲା। ଆର୍ସିବି ଦ୍ବାଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ପଞ୍ଚମକୁ ଉଠିଛି। ଅନ୍ୟପକ୍ଷରେ କର ବା ମର ମ୍ୟାଚ୍ରେ ହାରିଯିବା ଫଳରେ ସଂଜୁ ସାମସନଙ୍କ ଦଳ ସପ୍ତମ ପରାଜୟ ସହ ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ଆର୍ସିବି ପାଇଁ ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ୍ ପ୍ରଥମ ପାୱାର ପ୍ଲେରେ ସତର୍କତାର ସହ ଖେଳି କୌଣସି ୱିକେଟ୍ ନ ହରାଇ ୪୨ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ଆଉଟ୍ ହୋଇଯିବା ପରେ ଫାପ୍ ଡୁ ପ୍ଲେସିସ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍୬୯ ରନ୍ର ଭାଗୀଦାରି ଗଢ଼ିଥିଲେ। ଅନୁଜ ରାୱତ ୧୧ ବଲ୍ରୁ ୨୯* ରନ୍ ଉଠାଇବାରୁ ଆର୍ସିବି ୧୭୧ ରନ୍ର ଆହ୍ବାନଭରା ସ୍କୋର୍ କରିଥିଲା। ଏହା ଜବାବରେ ରାଜସ୍ଥାନ ରୟାଲ୍ସ କିନ୍ତୁ ପାୱାର ପ୍ଲେ ଭିତରେ ୫ ୱିକେଟ୍ ହରାଇ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଥିଲା। ସିମ୍ରନ ହେଟମେୟର୍ ୧୯ ବଲ୍ରୁ ୩୫ ରନ୍ କରି କିଛିଟା ଆଶା ଦେଖାଇଥିଲେ ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିବାର ସୁଯୋଗ ନଥିଲା। ୱେନ ପାର୍ଣ୍ଣେଲ୍ ନିଜ ପ୍ରଥମ ଓଭରରେ ୨ ୱିକେଟ୍ ସହ ୩-୦-୧୦-୩ ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ଯାହାକି ତାଙ୍କୁ ଚଳିତ ଋତୁରେ ପ୍ରଥମ ଥର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲା।

Tags: