ରାଜନୀତିରେ ପ୍ରବେଶ କରିବେ ରାୟୁଡୁ
ହାଇଦ୍ରାବାଦ: ଆଇପିଏଲ୍ରୁ ଅବସର ନେଇଥିବା କ୍ରିକେଟର୍ ଅମ୍ବାତି ରାୟୁଡୁ ଏବେ ରାଜନୀତିରେ ପ୍ରବେଶ କରି ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ରାୟୁଡୁ ଆଇପିଏଲ୍ ଚାମ୍ପିଅନ୍ ଟ୍ରଫି ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କୁ ସାକ୍ଷାତ କରିଥିଲେ। ନିକଟରେ ଗୁଣ୍ଟୁର ଜିଲ୍ଲା ନିକଟସ୍ଥ ଭାଟ୍ଟିଚେରୁକୁରୁସ୍ଥିତ ମୁତଲୁରୁ ଗ୍ରାମକୁ ପରିଦର୍ଶନରେ ଯାଇଥିଲା ବେଳେ ସେ ଲୋକମାନଙ୍କ ସେବା କରିବା ପାଇଁ ଖୁବ୍ ଶୀଘ୍ର ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି। ଏଥିପୂର୍ବରୁ […]
ହାଇଦ୍ରାବାଦ: ଆଇପିଏଲ୍ରୁ ଅବସର ନେଇଥିବା କ୍ରିକେଟର୍ ଅମ୍ବାତି ରାୟୁଡୁ ଏବେ ରାଜନୀତିରେ ପ୍ରବେଶ କରି ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ରାୟୁଡୁ ଆଇପିଏଲ୍ ଚାମ୍ପିଅନ୍ ଟ୍ରଫି ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କୁ ସାକ୍ଷାତ କରିଥିଲେ। ନିକଟରେ ଗୁଣ୍ଟୁର ଜିଲ୍ଲା ନିକଟସ୍ଥ ଭାଟ୍ଟିଚେରୁକୁରୁସ୍ଥିତ ମୁତଲୁରୁ ଗ୍ରାମକୁ ପରିଦର୍ଶନରେ ଯାଇଥିଲା ବେଳେ ସେ ଲୋକମାନଙ୍କ ସେବା କରିବା ପାଇଁ ଖୁବ୍ ଶୀଘ୍ର ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି। ଏଥିପୂର୍ବରୁ ସେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକମାନଙ୍କର ସମସ୍ୟାକୁ ବୁଝିବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାୟୁଡୁଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ସ୍ଥିର କରିସାରିଥିବା ନେଇ ଚର୍ଚ୍ଚା ହେଉଛି। ଯଦି ଗୁଣ୍ଟୁରରୁ ସେ ଲୋକସଭା ନିର୍ବାଚନ ଲଢନ୍ତି, ତାହେଲେ ତେଲୁଗୁ ଦେଶମ ପାର୍ଟିର ସାଂସଦ ଜୟଦେବ ଗାଲା ତାଙ୍କର ପ୍ରତିଦ୍ବନ୍ଦ୍ବୀ ହେବେ।




