ରବିବାର ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଆର୍ସିବି ମଧ୍ୟରେ ମୁକାବିଲା
ବେଙ୍ଗାଲୁରୁ: ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପୁଣି ଥରେ ଆଧିପତ୍ୟ ବିସ୍ତାର କରିବାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମଇଦାନକୁ ଓହ୍ଲାଇବ। ଆଇପିଏଲ୍ରେ ୨୦୨୦ ପରଠୁ ଉଭୟ ଦଳ ମଧ୍ୟରେ ହୋଇଥିବା ୫ ମୁକାବିଲା ଭିତରୁ ଆର୍ସିବି ଲଗାତାର ତିନି ଥର ଜିତିଆସୁଛି। ତେଣୁ ପ୍ରଥମ ଟ୍ରଫି ସନ୍ଧାନରେ ରହିଥିବା ଆର୍ସିବି ଏଥର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଘରୋଇ ଦର୍ଶକଙ୍କ ଆଗରେ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ହେଲେ ଆହତ ଥିବା ରଜତ ପଟିଦାର ଓ ଜୋସ୍ […]
ବେଙ୍ଗାଲୁରୁ: ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପୁଣି ଥରେ ଆଧିପତ୍ୟ ବିସ୍ତାର କରିବାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମଇଦାନକୁ ଓହ୍ଲାଇବ। ଆଇପିଏଲ୍ରେ ୨୦୨୦ ପରଠୁ ଉଭୟ ଦଳ ମଧ୍ୟରେ ହୋଇଥିବା ୫ ମୁକାବିଲା ଭିତରୁ ଆର୍ସିବି ଲଗାତାର ତିନି ଥର ଜିତିଆସୁଛି। ତେଣୁ ପ୍ରଥମ ଟ୍ରଫି ସନ୍ଧାନରେ ରହିଥିବା ଆର୍ସିବି ଏଥର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଘରୋଇ ଦର୍ଶକଙ୍କ ଆଗରେ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ହେଲେ ଆହତ ଥିବା ରଜତ ପଟିଦାର ଓ ଜୋସ୍ ହାଜଲ୍ଉଡ୍ ଆଇପିଏଲ୍ରେ ପାଖାପାଖି ଅଧା ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିବେନି। ୱିଲ୍ ଜାକ୍ସ ସଂପୂର୍ଣ୍ଣ ପ୍ରତିଯୋଗିତାରେ ଖେଳିପାରିବେନି। ସେହିପରି ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ରବିବାର ମ୍ୟାଚ୍ରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ସ୍ପିନ୍ ଅଲ୍ରାଉଣ୍ଡର ୱାନିନ୍ଦୁ ହସରଙ୍ଗା ନିଜ ଦେଶ ପାଇଁ ନ୍ୟୁଜିଲାଣ୍ଡରେ ମ୍ୟାଚ୍ ଖେଳୁଥିବାରୁ ପ୍ରଥମ କିଛି ମ୍ୟାଚ୍ରେ ଦଳ ସହ ଉପଲବ୍ଧ ହେବେନି। ଏଭଳିସ୍ଥିତିରେ ମାଇକେଲ ବ୍ରାସ୍ୱେଲ୍ ଓ ଦିନେଶ କାର୍ତ୍ତିକଙ୍କ ଉପରେ ଗୁରୁଦାୟିତ୍ବ ରହିବ। ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଓ ବିରାଟ କୋହଲି ଶୀର୍ଷ ବ୍ୟାଟିଂକୁ ସମ୍ଭାଳିବେ। ସେହିପରି ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ବୋଲିଂ କ୍ରମର ନେତୃତ୍ବ ନେବେ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଗତ ସଂସ୍କରଣରେ ସବୁଠୁ ତଳେ ରହିଥିଲା। ଆଇପିଏଲ୍ର ସବୁଠୁ ସଫଳ ଦଳ ମୁମ୍ବାଇ ଏଥର ତାହାର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପୂର୍ବ ଲଜ୍ଜାକୁ ଲିଭାଇବାକୁ ଚାହିଁବ। ଯଶ୍ପ୍ରୀତ୍ ବୁମ୍ରା ଓ ରିଚାର୍ଡସନ୍ଙ୍କ ଅନୁପସ୍ଥିତିରେ ଜୋଫ୍ରା ଆର୍ଚର ଏହି ଶୂନ୍ୟସ୍ଥାନ ପୂରଣ କରିବେ ବୋଲି ଦଳ ଆଶା ବାନ୍ଧିଛି। ତାଙ୍କୁ ଜାସନ୍ ବେହରେନଡ୍ରଫ୍ ଓ ଆକାଶ ମାଧୱଲ ସହାୟତା ଦେବେ। ଅଧିନାୟକ ରୋହିତ ଶର୍ମା, ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଦ୍ରୁତ ରନ୍ ବାହାର କରିବା ଦାୟିତ୍ବ ରହିବା ସହ ଯୁବ ଖେଳାଳି ତିଳକ ବର୍ମା, ଦେୱାଲ୍ଦ ବ୍ରେଭିସ୍, ତ୍ରିଷ୍ଟାନ ଷ୍ଟବ୍ସ ଓ ଟିମ୍ ଡେଭିଡ୍ଙ୍କ ଦଳ ନିର୍ଭର କରିବ।




