ରବିବାର ଏସୀୟ କ୍ରୀଡ଼ାରୁ ଆସିଲା ୧୫ ପଦକ
ହାଙ୍ଗଝୌ: ଚଳିତ ଏସୀୟ କ୍ରୀଡ଼ାରେ ଭାରତ ରବିବାର ଜବରଦସ୍ତ ପ୍ରଦର୍ଶନ ଦେଇଛି। ଏହି ଦିନ ଭାରତୀୟ ଖେଳାଳି ସର୍ବାଧିକ ୧୫ ପଦକ ଜିତିବା ସହ ମୋଟ ପଦକରେ ଅର୍ଦ୍ଧଶତକ ଅତିକ୍ରମ କରିଯାଇଛି। ଏହା ମଧ୍ୟରେ ତିନୋଟି ସ୍ବର୍ଣ୍ଣ ପଦକ ମଧ୍ୟ ରହିଛି। ଭାରତକୁ ଏ ପର୍ଯ୍ୟନ୍ତ ୫୩ (୧୩ ସ୍ବର୍ଣ୍ଣ, ୨୧ ରୌପ୍ୟ, ୧୯ କାଂସ୍ୟ) ପଦକ ମିଳିଛି। ପୁରୁଷ ୩୦୦୦ ମିଟର୍ ଷ୍ଟିପଲଚେଜ୍ରେ ଅବିନାଶ ସାବଲେ ଏବଂ ପୁରୁଷ ସଟ୍ପୁଟ୍ରେ ତଜିନ୍ଦରପାଲ୍ ସିଂହ ତୁର୍ ସ୍ବର୍ଣ୍ଣ […]
ହାଙ୍ଗଝୌ: ଚଳିତ ଏସୀୟ କ୍ରୀଡ଼ାରେ ଭାରତ ରବିବାର ଜବରଦସ୍ତ ପ୍ରଦର୍ଶନ ଦେଇଛି। ଏହି ଦିନ ଭାରତୀୟ ଖେଳାଳି ସର୍ବାଧିକ ୧୫ ପଦକ ଜିତିବା ସହ ମୋଟ ପଦକରେ ଅର୍ଦ୍ଧଶତକ ଅତିକ୍ରମ କରିଯାଇଛି। ଏହା ମଧ୍ୟରେ ତିନୋଟି ସ୍ବର୍ଣ୍ଣ ପଦକ ମଧ୍ୟ ରହିଛି। ଭାରତକୁ ଏ ପର୍ଯ୍ୟନ୍ତ ୫୩ (୧୩ ସ୍ବର୍ଣ୍ଣ, ୨୧ ରୌପ୍ୟ, ୧୯ କାଂସ୍ୟ) ପଦକ ମିଳିଛି। ପୁରୁଷ ୩୦୦୦ ମିଟର୍ ଷ୍ଟିପଲଚେଜ୍ରେ ଅବିନାଶ ସାବଲେ ଏବଂ ପୁରୁଷ ସଟ୍ପୁଟ୍ରେ ତଜିନ୍ଦରପାଲ୍ ସିଂହ ତୁର୍ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ତୃତୀୟ ସ୍ବର୍ଣ୍ଣ ପଦକଟି ବଂଧୁକଚାଳନାରୁ ଆସିଛି। ପ୍ରଥମ ପୁରୁଷ ଭାରତୀୟ ଷ୍ଟିପଲ୍ଚେଜ୍ର ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ପୃଥ୍ବୀରାଜ ତୋଣ୍ଡାଇମାନ, ଚେନାଇ ଓ ଜୋରାଭର ସିଂହଙ୍କୁ ନେଇ ଗଠିତ ପୁରୁଷ ଟ୍ରାପ୍ ଦଳ ୩୬୧ ସ୍କୋର୍ ସହ ସ୍ବର୍ଣ୍ଣ ଜିତିଥିଲା। ଭାରତ ବନ୍ଧୁକଚାଳନାରୁ ରବିବାର ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଏହି ଇଭେଣ୍ଟରୁ ମୋଟ ୨୨ ପଦକ (୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୬ କାଂସ୍ୟ) ସହ ଅଭିଯାନ ଶେଷ କରିଛନ୍ତି। ଯାହାକି ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ବନ୍ଧୁକଚାଳନାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଦୌଡ଼କୁଦରୁ ଭାରତ ରବିବାର ମଧ୍ୟ ୨ ସ୍ବର୍ଣ୍ଣ ସହ ୭ ପଦକ ଜିତି ଭାରତର ଅର୍ଦ୍ଧଶତକ ଅର୍ଜନରେ ବଡ଼ ଯୋଗଦାନ ରଖିଛି। ପୁରୁଷ ବ୍ୟାଡମିଣ୍ଟନ୍ ଦଳ ରୌପ୍ୟ ପଦକ ଏବଂ ମହିଳା ଗଲ୍ଫର ଅଦିତି ଅଶୋକ ରୌପ୍ୟ ପଦକ ଜିତିବା ମଧ୍ୟ ଭାରତର ଅଭିଯାନକୁ ବଡ଼ ଲମ୍ଫ ପ୍ରଦାନ କରାଇଛି।




