ରଣଜୀ ଟ୍ରଫି ଚାମ୍ପିଅନ୍ଙ୍କୁ ମିଳିବ ୫ କୋଟି

ନୂଆଦିଲ୍ଲୀ: ବିସିସିଆଇ ତାହାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ରଣଜୀ ଟ୍ରଫି ଚାମ୍ପିଅନ୍ଙ୍କୁ ୫ କୋଟି ଟଙ୍କାର ପୁରସ୍କାର ମିଳିବ। ପୂର୍ବରୁ ଏହା ୨ କୋଟି ଟଙ୍କା ଥିଲା। ସେହିପରି ରଣଜୀ ରନର୍ସଅପ୍ ଏବଂ ପରାଜିତ ସେମିଫାଇନାଲିଷ୍ଟ ଯଥାକ୍ରମେ ୩ ଓ ୧ କୋଟି ଟଙ୍କା ପୁରସ୍କାର ରାଶି ପାଇବେ। ରଣଜୀ ଟ୍ରଫି ବ୍ୟତୀତ ଈରାନୀ କପ୍ ଚାମ୍ପିଅନ୍ଙ୍କ ପୁରସ୍କାର ରାଶି ପରିମାଣ ମଧ୍ୟ ଦୁଇଗୁଣା ହୋଇଯାଇଛି। ଏହାର ପରିମାଣ ୨୫ ଲକ୍ଷ […]

Samaya Live Picture
Published On

ନୂଆଦିଲ୍ଲୀ: ବିସିସିଆଇ ତାହାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ରଣଜୀ ଟ୍ରଫି ଚାମ୍ପିଅନ୍ଙ୍କୁ ୫ କୋଟି ଟଙ୍କାର ପୁରସ୍କାର ମିଳିବ। ପୂର୍ବରୁ ଏହା ୨ କୋଟି ଟଙ୍କା ଥିଲା। ସେହିପରି ରଣଜୀ ରନର୍ସଅପ୍ ଏବଂ ପରାଜିତ ସେମିଫାଇନାଲିଷ୍ଟ ଯଥାକ୍ରମେ ୩ ଓ ୧ କୋଟି ଟଙ୍କା ପୁରସ୍କାର ରାଶି ପାଇବେ। ରଣଜୀ ଟ୍ରଫି ବ୍ୟତୀତ ଈରାନୀ କପ୍ ଚାମ୍ପିଅନ୍ଙ୍କ ପୁରସ୍କାର ରାଶି ପରିମାଣ ମଧ୍ୟ ଦୁଇଗୁଣା ହୋଇଯାଇଛି। ଏହାର ପରିମାଣ ୨୫ ଲକ୍ଷ ରହିଥିଲା ବେଳେ ୫୦ ଲକ୍ଷକୁ ବୃଦ୍ଧି ପାଇଛି। ତେବେ ପୂର୍ବରୁ ରନର୍ସଅପ୍ଙ୍କ ପାଇଁ କୌଣସି ପୁରସ୍କାର ବ୍ୟବସ୍ଥା ନଥିଲା ବେଳେ ଏଣିକି ସେହି ଦଳକୁ ୨୫ ଲକ୍ଷ ମିଳିବ। ନୂଆ ବ୍ୟବସ୍ଥା ଅନୁଯାୟୀ ଦଲୀପ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ଚାମ୍ପିଅନ୍ଙ୍କୁ ୧ କୋଟି, ରନର୍ସଅପ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ତେବେ ଦେଓଧର ଟ୍ରଫି ବିଜେତାକୁ ୪୦ ଲକ୍ଷ, ରନର୍ସଅପ୍ ୨୦ ଲକ୍ଷ ଟଙ୍କା ମିଳିବାକୁ ଥିଲା ବେଳେ ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫି ଚାମ୍ପିଅନ୍କୁ ୮୦ ଲକ୍ଷ ଏବଂ ରନର୍ସଅପ୍ ଦଳକୁ ୪୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୁଷଙ୍କ ଭଳି ମହିଳା କ୍ରିକେଟ୍କୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସିନିୟର ମହିଳା ଦିନିକିଆ ଟ୍ରଫି ଚାମ୍ପିଅନ୍କୁ ୫୦ ଲକ୍ଷ ଏବଂ ରନର୍ସଅପ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ସିନିୟର ମହିଳା ଟ୍ବେଣ୍ଟି-୨୦ ଟ୍ରଫି ଚାମ୍ପିଅନ୍କୁ ୪୦ ଲକ୍ଷ ଏବଂ ରନର୍ସଅପ୍କୁ ୨୦ ଲକ୍ଷ ଟଙ୍କା ମିଳିବ।

Tags: