ରଙ୍ଗାରଙ୍ଗ ଆଇପିଏଲ୍‌ ଉଦ୍‌ଘାଟନୀରେ ମତୁଆଲା କଲେ ଅରିଜିତ, ତମନ୍ନା, ରଶ୍ମିକା

ଅହମଦାବାଦ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ଆଇପିଏଲ୍‌ ୨୦୨୩ କ୍ରିକେଟ୍‌ ମହାକୁମ୍ବ। ଶୁକ୍ରବାର ସନ୍ଧ୍ୟାବେଳେ ଆରମ୍ଭ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲିଉଡ୍‌ର ତିନି ତାରକା ଅରିଜିତ ସିଂହ, ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଧାନା ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଦର୍ଶକଙ୍କୁ ମତୁଆଲା କରିଥିଲେ। ଖୋଲା ଜିପ୍‌ରେ ପଡ଼ିଆ ଭିତର ଦେଇ ମଞ୍ଚକୁ ଆସିବା ପରେ ଅରିଜିତ ନିଜ କଳାର ଯାଦୁଗରୀ ଦେଖାଇଥିଲେ। ‘କେସରିଆ…,‌ ଲେହରା ଦୋ…, ଚନ୍ନା ମେରେଆ…, କବିରା… ଓ ଏ ବତନ୍‌…’ ଆଦି […]

Samaya Live Picture
Published On

ଅହମଦାବାଦ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ଆଇପିଏଲ୍‌ ୨୦୨୩ କ୍ରିକେଟ୍‌ ମହାକୁମ୍ବ। ଶୁକ୍ରବାର ସନ୍ଧ୍ୟାବେଳେ ଆରମ୍ଭ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲିଉଡ୍‌ର ତିନି ତାରକା ଅରିଜିତ ସିଂହ, ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଧାନା ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଦର୍ଶକଙ୍କୁ ମତୁଆଲା କରିଥିଲେ। ଖୋଲା ଜିପ୍‌ରେ ପଡ଼ିଆ ଭିତର ଦେଇ ମଞ୍ଚକୁ ଆସିବା ପରେ ଅରିଜିତ ନିଜ କଳାର ଯାଦୁଗରୀ ଦେଖାଇଥିଲେ। ‘କେସରିଆ…,‌ ଲେହରା ଦୋ…, ଚନ୍ନା ମେରେଆ…, କବିରା… ଓ ଏ ବତନ୍‌…’ ଆଦି ଗୀତରେ ଦର୍ଶକଙ୍କୁ ଝୁମାଇଥିଲେ। ପରେ ତମନ୍ନା ଓ ରଶ୍ମିକାଙ୍କ ଆଇଟମ୍‌ ନମ୍ବର ମଞ୍ଚରେ ନିଆଁ ଲଗାଇଥିଲା। ଏହି ଅବସରରେ ପାଖାପାଖି ୧୫୦୦ ଡ୍ରୋନ୍‌କୁ ନେଇ କରାଯାଇଥିବା ଲାଇଟ୍‌ ସୋ’ ମଧ୍ୟ ଆକର୍ଷଣୀୟ ହୋଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହଙ୍କ ଉପସ୍ଥିତିରେ ଦୁଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା ମଞ୍ଚ ଉପରକୁ ଆସିଥିଲେ। ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିବା ପରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯାଇଥିଲା।

Tags: