ମ୍ୟାଚ୍ ଫିକ୍ସିଂ ମାମଲାରେ ଶ୍ରୀଲଙ୍କା କ୍ରିକେଟର ସେନାନାୟକ ଗିରଫ

କଲମ୍ବୋ: ମ୍ୟାଚ୍ ଫିକ୍ସିଂ ମାମଲାରେ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ସଚିତ୍ରା ସେନାନାୟକ ବୁଧବାର ଗିରଫ ହୋଇଛନ୍ତି। ଗତ ମାସରେ ତାଙ୍କ ବିଦେଶ ଗସ୍ତ ଉପରେ କଲମ୍ବୋ ଚିଫ୍ ମାଜିଷ୍ଟ୍ରେଟ୍ କୋର୍ଟ ପ୍ରତିବନ୍ଧକ ଲଗାଇଥିଲେ। ବୁଧବାର ସେ କ୍ରୀଡ଼ା ମନ୍ତ୍ରାଳୟର ସ୍ବତନ୍ତ୍ର ତଦନ୍ତକାରୀ ୟୁନିଟ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ପୂର୍ବରୁ ୨୦୨୦ ଲଙ୍କା ପ୍ରିମିୟର ଲିଗ୍ରେ ଅନ୍ୟ ଦୁଇ ଖେଳାଳିଙ୍କୁ ମ୍ୟାଚ୍ ଫିକ୍ସିଂ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଘଟଣା ବିଷୟରେ ସ୍ବତନ୍ତ୍ର ୟୁନିଟ୍ ପାଖର ଅଭିଯୋଗ ହେବା ପରେ […]

Samaya Live Picture
Published On

କଲମ୍ବୋ: ମ୍ୟାଚ୍ ଫିକ୍ସିଂ ମାମଲାରେ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ସଚିତ୍ରା ସେନାନାୟକ ବୁଧବାର ଗିରଫ ହୋଇଛନ୍ତି। ଗତ ମାସରେ ତାଙ୍କ ବିଦେଶ ଗସ୍ତ ଉପରେ କଲମ୍ବୋ ଚିଫ୍ ମାଜିଷ୍ଟ୍ରେଟ୍ କୋର୍ଟ ପ୍ରତିବନ୍ଧକ ଲଗାଇଥିଲେ। ବୁଧବାର ସେ କ୍ରୀଡ଼ା ମନ୍ତ୍ରାଳୟର ସ୍ବତନ୍ତ୍ର ତଦନ୍ତକାରୀ ୟୁନିଟ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ପୂର୍ବରୁ ୨୦୨୦ ଲଙ୍କା ପ୍ରିମିୟର ଲିଗ୍ରେ ଅନ୍ୟ ଦୁଇ ଖେଳାଳିଙ୍କୁ ମ୍ୟାଚ୍ ଫିକ୍ସିଂ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଘଟଣା ବିଷୟରେ ସ୍ବତନ୍ତ୍ର ୟୁନିଟ୍ ପାଖର ଅଭିଯୋଗ ହେବା ପରେ ତଦନ୍ତରୁ ସେନାନାୟକ ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡ଼ିଥିଲା। ତେଣୁ ୨୦୨୧ରେ ସେନାନାୟକ ଗିରଫଦାରୀକୁ ଏଡ଼ାଇବା ପାଇଁ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଖାରଜ କରିଥିଲେ। ତଥାପି ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ବାରମ୍ବାର ଖଣ୍ଡନ କରିଆସୁଛନ୍ତି। ସେନାନାୟକ ଶ୍ରୀଲଙ୍କା ପାଇଁ ଗୋଟିଏ ଟେଷ୍ଟ, ୪୯ ଦିନିକିଆ ଓ ୨୪ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି।

Tags: