ମୋହନ ବାଗାନ ଦଳ ରଙ୍ଗର ଜର୍ସି ପିନ୍ଧିବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍

ଲକ୍ଷ୍ନୌ: ଶନିବାର କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ଏହି ମ୍ୟାଚ୍ରେ ଲକ୍ଷ୍ନୌର ଖେଳାଳିମାନେ ଆଇଏସ୍ଏଲ୍ ଦଳ ମୋହନ ବାଗାନ ଏଫ୍ସିର ସବୁଜ ଓ ଖଇରିଆ ରଙ୍ଗର ଜର୍ସି ପିନ୍ଧିବେ। ଉଭୟ ଲକ୍ଷ୍ନୌ ଓ ମୋହନ ବାଗାନର ମାଲିକ ହେଉଛନ୍ତି କୋଲ୍କାତା ଭିତ୍ତିକ ଆର୍ପି ସଂଜୀବ ଗୋଏଙ୍କା ଗ୍ରୁପ୍ (ଆର୍ପିଏସ୍ଜି)। ଆଇପିଏଲ୍ ୧୦ ଦଳକୁ ବିସ୍ତାର ହେଲା […]

Samaya Live Picture
Published On

ଲକ୍ଷ୍ନୌ: ଶନିବାର କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ଏହି ମ୍ୟାଚ୍ରେ ଲକ୍ଷ୍ନୌର ଖେଳାଳିମାନେ ଆଇଏସ୍ଏଲ୍ ଦଳ ମୋହନ ବାଗାନ ଏଫ୍ସିର ସବୁଜ ଓ ଖଇରିଆ ରଙ୍ଗର ଜର୍ସି ପିନ୍ଧିବେ। ଉଭୟ ଲକ୍ଷ୍ନୌ ଓ ମୋହନ ବାଗାନର ମାଲିକ ହେଉଛନ୍ତି କୋଲ୍କାତା ଭିତ୍ତିକ ଆର୍ପି ସଂଜୀବ ଗୋଏଙ୍କା ଗ୍ରୁପ୍ (ଆର୍ପିଏସ୍ଜି)। ଆଇପିଏଲ୍ ୧୦ ଦଳକୁ ବିସ୍ତାର ହେଲା ପରେ ଲକ୍ଷ୍ନୌ ଦଳକୁ ୨୦୨୨ରେ ଆର୍ପିଏସ୍ଜି କିଣିଥିଲା। ଦଳର ମାଲିକ ଶାଶ୍ବତ ଗୋଏଙ୍କାଙ୍କ ଅନୁସାରେ ମୋହନ ବାଗାନ କେବଳ ଏକ ଦଳ ନୁହେଁ, ଏହା ଆମ ଭାବପ୍ରବଣତା ସହ ଜଡ଼ିତ। ଏହି ଦଳ କୋଲ୍କାତା ସହରକୁ ପ୍ରତିନିଧିତ୍ବ କରୁଛି। ଏହାକୁ ନଜରରେ ରଖି ଲକ୍ଷ୍ନୌ ଶନିବାର ମ୍ୟାଚ୍ରେ ସବୁଜ ଓ ଖଇରିଆ ରଙ୍ଗର ଜର୍ସି ପିନ୍ଧିବ। ଏହା ମୋହନ ବାଗାନ ଦଳ ପ୍ରତି ସମ୍ମାନ ହେବ ବୋଲି ଶାଶ୍ବତ ଗୋଏଙ୍କା କହିଛନ୍ତି।

Tags: