ମୋବାଇଲ୍ରେ ମାଗଣାରେ ଦେଖିହେବ ଟ୍ବେଣ୍ଟି-୨୦ ବିଶ୍ବକପ୍ ସିଧାପ୍ରସାରଣ
ନୂଆଦିଲ୍ଲୀ: ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ଓଟିଟିରେ ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସିଧାପ୍ରସାରଣକୁ ମାଗଣାରେ ଦେଖିପାରିବେ ବୋଲି ଡିଜ୍ନି+ହଟ୍ଷ୍ଟାର୍ ପକ୍ଷରୁ ଘୋଷଣା କରାଯାଇଛି। ଦିନିକଆ ବିଶ୍ବକପ୍ ଓ ଏସିଆ କପ୍ ସମୟରେ ଯେଉଁଭଳି ଭାବେ ଭାରତୀୟ ଦର୍ଶକମାନେ ମାଗଣାରେ ସିଧାପ୍ରସାରଣ ଦେଖିଥିଲେ, ଠିକ୍ ସେମିତି ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ମଧ୍ୟ ଦେଖିହେବ ବୋଲି କୁହାଯାଇଛି। ଆଇପିଏଲ୍ ଶେଷ ହେବା ପରେ ବିଶ୍ବକପ୍ ଆରମ୍ଭ ହେବ। ତେଣୁ ଦର୍ଶକମାନେ କ୍ରିକେଟ୍ ରୋମାଞ୍ଚ ହାତଛଡ଼ା କରିବେନି। ତଥାପି ଜୁନ୍ ୯ ତାରିଖରେ […]
ନୂଆଦିଲ୍ଲୀ: ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ଓଟିଟିରେ ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସିଧାପ୍ରସାରଣକୁ ମାଗଣାରେ ଦେଖିପାରିବେ ବୋଲି ଡିଜ୍ନି+ହଟ୍ଷ୍ଟାର୍ ପକ୍ଷରୁ ଘୋଷଣା କରାଯାଇଛି। ଦିନିକଆ ବିଶ୍ବକପ୍ ଓ ଏସିଆ କପ୍ ସମୟରେ ଯେଉଁଭଳି ଭାବେ ଭାରତୀୟ ଦର୍ଶକମାନେ ମାଗଣାରେ ସିଧାପ୍ରସାରଣ ଦେଖିଥିଲେ, ଠିକ୍ ସେମିତି ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ମଧ୍ୟ ଦେଖିହେବ ବୋଲି କୁହାଯାଇଛି। ଆଇପିଏଲ୍ ଶେଷ ହେବା ପରେ ବିଶ୍ବକପ୍ ଆରମ୍ଭ ହେବ। ତେଣୁ ଦର୍ଶକମାନେ କ୍ରିକେଟ୍ ରୋମାଞ୍ଚ ହାତଛଡ଼ା କରିବେନି। ତଥାପି ଜୁନ୍ ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସବୁଠୁ ଅଧିକ ନଜର ରହିବ। ଗତବର୍ଷ ଦିନିକିଆ ବିଶ୍ବକପ୍ ସିଧାପ୍ରସାରଣରେ ଡିଜ୍ନି+ହଟ୍ଷ୍ଟାର୍ ୫ଥର ନିଜ ରେକର୍ଡ ନିଜେ ଭାଙ୍ଗିଥିଲା। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଫାଇନାଲ୍ ମ୍ୟାଚ୍କୁ ସବୁଠୁ ଅଧିକ ୫.୯ କୋଟି ମୋବାଇଲ୍ ଦର୍ଶକ ଦେଖିଥିଲେ।




