ମେସି ଓ ଫ୍ରେଜର ପ୍ରାଇସଙ୍କୁ ମିଳିଲା ଲୌରିଅସ୍ ପୁରସ୍କାର

ପ୍ୟାରିସ୍: ଆର୍ଜେଣ୍ଟିନାର ବିଶ୍ବକପ୍ ବିଜେତା ଦଳର ଅଧିନାୟକ ଲିଓନେଲ୍ ମେସି ଓ ଜାମାଇକା ସ୍ପ୍ରିଣ୍ଟର ସେଲି ଆନ୍ ଫ୍ରେଜର ପ୍ରାଇସ୍ଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ଲୌରିଅସ୍ ପୁରସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ଦଳ ଭାବେ ଆର୍ଜେଣ୍ଟିନାର ନାମ ଘୋଷଣା କରାଯାଇଥିବାରୁ ଏହି ଦଳ ପକ୍ଷରୁ ମେସି ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଏହାଫଳରେ ମେସି ପ୍ରଥମ ଖେଳାଳି ଭାବେ ଉଭୟ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ ଶ୍ରେଷ୍ଠ ଦଳ ପୁରସ୍କାର ପାଇଛନ୍ତି। ଏଥିପୂର୍ବରୁ ୨୦୨୦ରେ ମେସିଙ୍କୁ ଶ୍ରେଷ୍ଠ […]

Samaya Live Picture
Published On

ପ୍ୟାରିସ୍: ଆର୍ଜେଣ୍ଟିନାର ବିଶ୍ବକପ୍ ବିଜେତା ଦଳର ଅଧିନାୟକ ଲିଓନେଲ୍ ମେସି ଓ ଜାମାଇକା ସ୍ପ୍ରିଣ୍ଟର ସେଲି ଆନ୍ ଫ୍ରେଜର ପ୍ରାଇସ୍ଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ଲୌରିଅସ୍ ପୁରସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ଦଳ ଭାବେ ଆର୍ଜେଣ୍ଟିନାର ନାମ ଘୋଷଣା କରାଯାଇଥିବାରୁ ଏହି ଦଳ ପକ୍ଷରୁ ମେସି ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଏହାଫଳରେ ମେସି ପ୍ରଥମ ଖେଳାଳି ଭାବେ ଉଭୟ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ ଶ୍ରେଷ୍ଠ ଦଳ ପୁରସ୍କାର ପାଇଛନ୍ତି। ଏଥିପୂର୍ବରୁ ୨୦୨୦ରେ ମେସିଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ତେବେ ଏହି ପୁରସ୍କାରକୁ ସେ ଫର୍ମୁଲା ୱାନ୍ ଡ୍ରାଇଭର ଲୁଇସ୍ ହାମିଲଟନ୍ଙ୍କ ସହିତ ମିଳିତ ଭାବେ ବାଣ୍ଟିଥିଲେ। ସେହିପରି ଫ୍ରେଜର ପ୍ରାଇସ୍ଙ୍କ ପାଇଁ ୨୦୨୨ ଚମତ୍କାର ବର୍ଷ ରହିଥିଲା। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଏମାନଙ୍କ ବ୍ୟତୀତ କାର୍ଲୋସ୍ ଆଲ୍କାରାଜ, ଖ୍ରୀଷ୍ଟିଆନ୍ ଏରିକସନ୍, କ୍ୟାଥରିନ୍ ଡେବ୍ରୁନର, ଏଲିନ୍ ଗୁ’ଙ୍କୁ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଛି।

Tags: