ମେରି କମ୍ଙ୍କୁ ଗ୍ଲୋବାଲ୍ ଇଣ୍ଡିଆନ୍ ଆଇକନ୍ ପୁରସ୍କାର

ନୂଆଦିଲ୍ଲୀ: ମହିଳା ବକ୍ସିଂରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍ସ ପଦକ ଜିତିଥିବା କିଂବଦନ୍ତି କ୍ରୀଡ଼ାବିତ୍ ଏମ୍ସି ମେରି କମ୍ଙ୍କୁ ବର୍ଷର ଶ୍ରେଷ୍ଠ ଗ୍ଲୋବାଲ୍ ଇଣ୍ଡିଆନ୍ ଆଇକନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦକ୍ଷିଣ-ପୂର୍ବ ଇଂଲଣ୍ଡର ୱିଣ୍ଡସରରେ ଆୟୋଜିତ ୟୁକେ-ଇଣ୍ଡିଆ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମେରି କମ୍ଙ୍କୁ ଏହି ସମ୍ମାନ ଦିଆଯାଇଛି। ଗୁରୁବାର ହୋଇଥିବା ଏହି କାର୍ଯ୍ୟକ୍ରମରେ ମେରି କମ୍ ତାଙ୍କର ୨୦ ବର୍ଷର ବକ୍ସିଂ ଯାତ୍ରା ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ପରେ ୟୁକେରେ ଅବସ୍ଥାପିତ ଭାରତୀୟ ହାଇକମିସନର […]

Samaya Live Picture
Published On

ନୂଆଦିଲ୍ଲୀ: ମହିଳା ବକ୍ସିଂରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍ସ ପଦକ ଜିତିଥିବା କିଂବଦନ୍ତି କ୍ରୀଡ଼ାବିତ୍ ଏମ୍ସି ମେରି କମ୍ଙ୍କୁ ବର୍ଷର ଶ୍ରେଷ୍ଠ ଗ୍ଲୋବାଲ୍ ଇଣ୍ଡିଆନ୍ ଆଇକନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦକ୍ଷିଣ-ପୂର୍ବ ଇଂଲଣ୍ଡର ୱିଣ୍ଡସରରେ ଆୟୋଜିତ ୟୁକେ-ଇଣ୍ଡିଆ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମେରି କମ୍ଙ୍କୁ ଏହି ସମ୍ମାନ ଦିଆଯାଇଛି। ଗୁରୁବାର ହୋଇଥିବା ଏହି କାର୍ଯ୍ୟକ୍ରମରେ ମେରି କମ୍ ତାଙ୍କର ୨୦ ବର୍ଷର ବକ୍ସିଂ ଯାତ୍ରା ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ପରେ ୟୁକେରେ ଅବସ୍ଥାପିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ବାମୀଙ୍କଠୁ ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ଚଳଚ୍ଚିତ୍ର ନିର୍ମାତା ଶେଖର କପୁରଙ୍କୁ ଉଭୟ ଦେଶର ସିନେମା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ୟୁକେ-ଇଣ୍ଡିଆ ସଂପର୍କକୁ ବିଶେଷ ଅବଦାନ ପାଇଁ ଭାରତୀୟ ହାଇ କମିସନ୍ର ସାଂସ୍କୃତିକ ବିଭାଗ ନେହରୁ ସେଣ୍ଟରକୁ ମଧ୍ୟ ବିଶେଷ ଭାବେ ପୁରସ୍କୃତ କରାଯାଇଛି।

Tags: