ମେଜର ଲିଗ୍ କ୍ରିକେଟରେ ଟେକ୍ସାସ୍ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବେ ରାୟୁଡୁ

ଚେନ୍ନାଇ: ଆମେରିକାରେ ପ୍ରଥମ ଥର ପାଇଁ ଖେଳାଯିବାକୁ ଥିବା ମେଜର କ୍ରିକେଟ୍ ଲିଗ୍ (ଏମଏଲସି)ରେ ଅଂଶଗ୍ରହଣ କରିବେ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ। ଆଇପିଏଲ୍ରୁ ଅବସର ନେବା ପରେ ଟେକ୍ସାସ୍ ସୁପର କିଙ୍ଗ୍ସ (ଟିଏସକେ) ଫ୍ରାଞ୍ଚାଇଜିକୁ ସେ ଏହି ଲିଗ୍ରେ ପ୍ରତିନିଧିତ୍ବ କରିବେ। ଏସଂକ୍ରାନ୍ତରେ ଟିଏସକେ ତରଫରୁ ସୋସିଆଲ୍ ମିଡିଆରେ ଘୋଷଣା କରାଯାଇଛି। ଟିଏସକେରେ ରାୟୁଡୁଙ୍କ ସହିତ ନ୍ୟୁଜିଲାଣ୍ଡର ଡେଭନ୍ କନୱେ, ମିଚେଲ୍ ସାଣ୍ଟନର, ୱେଷ୍ଟଇଣ୍ଡିଜ୍ର ଡ୍ବେନ ବ୍ରାଭୋ, ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ପ୍ରମୁଖ ସ୍ଥାନ […]

Samaya Live Picture
Published On

ଚେନ୍ନାଇ: ଆମେରିକାରେ ପ୍ରଥମ ଥର ପାଇଁ ଖେଳାଯିବାକୁ ଥିବା ମେଜର କ୍ରିକେଟ୍ ଲିଗ୍ (ଏମଏଲସି)ରେ ଅଂଶଗ୍ରହଣ କରିବେ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ। ଆଇପିଏଲ୍ରୁ ଅବସର ନେବା ପରେ ଟେକ୍ସାସ୍ ସୁପର କିଙ୍ଗ୍ସ (ଟିଏସକେ) ଫ୍ରାଞ୍ଚାଇଜିକୁ ସେ ଏହି ଲିଗ୍ରେ ପ୍ରତିନିଧିତ୍ବ କରିବେ। ଏସଂକ୍ରାନ୍ତରେ ଟିଏସକେ ତରଫରୁ ସୋସିଆଲ୍ ମିଡିଆରେ ଘୋଷଣା କରାଯାଇଛି। ଟିଏସକେରେ ରାୟୁଡୁଙ୍କ ସହିତ ନ୍ୟୁଜିଲାଣ୍ଡର ଡେଭନ୍ କନୱେ, ମିଚେଲ୍ ସାଣ୍ଟନର, ୱେଷ୍ଟଇଣ୍ଡିଜ୍ର ଡ୍ବେନ ବ୍ରାଭୋ, ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ପ୍ରମୁଖ ସ୍ଥାନ ପାଇଛନ୍ତି। ରାୟୁଡୁ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ଲିଗ୍ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ଓ ଟେକ୍ସାସ୍ ସୁପରକିଙ୍ଗ୍ସ ଗୋଟିଏ ମାଲିକାନା ଅଧିନରେ ଥିବା ବେଳେ ଏମ୍ଏଲ୍ସିରେ ଏହି ଦଳର ପ୍ରଥମ ମୁକାବିଲା ଲସ୍ ଆଞ୍ଜଲେସ୍ ନାଇଟ୍ ରାଇଡର୍ସ ବିପକ୍ଷରେ ହେବ। ଲିଗ୍ରେ ମୋଟ୍ ୬ ଦଳ ଅଂଶଗ୍ରହଣ କରୁଛନ୍ତି। ମ୍ୟାଚ୍ଗୁଡ଼ିକ ଜୁଲାଇ ୧୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

Tags: