ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ଖୁସି ଖବର; ନେଟ୍ସକୁ ଫେରିଲେ ସୂର୍ଯ୍ୟ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ ନେଟ୍ସକୁ ଫେରିଛନ୍ତି। ଏନ୍ସିଏ ଦ୍ବାରା ଫିଟ୍ ଘୋଷିତ ହେବା ପରେ ଗୁରୁବାର ସୂର୍ଯ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଥିଲେ। ଶୁକ୍ରବାର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ସେ ପାଖାପାଖି ୨ ଘଣ୍ଟା ଧରି ଅଭ୍ୟାସ କରିଥିଲେ। ଅନ୍ୟ ଖେଳାଳିମାନେ ପଡ଼ିଆକୁ ଆସିବା ଯଥେଷ୍ଟ ପୂର୍ବରୁ ସୂର୍ଯ୍ୟ ଅଭ୍ୟାସ ଆରମ୍ଭ କରିଥିଲେ। ଥ୍ରୋ ଡାଉନ୍ ଓ ବାମହାତୀ ସ୍ପିନର କୁମାର କାର୍ତ୍ତିକେୟଙ୍କୁ ସୂର୍ଯ୍ୟ ସାମ୍ନା କରିଥିଲେ। ତେଣୁ ରବିବାର ଦିଲ୍ଲୀ […]

Samaya Live Picture
Published On

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ ନେଟ୍ସକୁ ଫେରିଛନ୍ତି। ଏନ୍ସିଏ ଦ୍ବାରା ଫିଟ୍ ଘୋଷିତ ହେବା ପରେ ଗୁରୁବାର ସୂର୍ଯ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଥିଲେ। ଶୁକ୍ରବାର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ସେ ପାଖାପାଖି ୨ ଘଣ୍ଟା ଧରି ଅଭ୍ୟାସ କରିଥିଲେ। ଅନ୍ୟ ଖେଳାଳିମାନେ ପଡ଼ିଆକୁ ଆସିବା ଯଥେଷ୍ଟ ପୂର୍ବରୁ ସୂର୍ଯ୍ୟ ଅଭ୍ୟାସ ଆରମ୍ଭ କରିଥିଲେ। ଥ୍ରୋ ଡାଉନ୍ ଓ ବାମହାତୀ ସ୍ପିନର କୁମାର କାର୍ତ୍ତିକେୟଙ୍କୁ ସୂର୍ଯ୍ୟ ସାମ୍ନା କରିଥିଲେ। ତେଣୁ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଘରୋଇ ମ୍ୟାଚ୍ରେ ସେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଅନୁମାନ କରାଯାଉଛି। ଚଳିତ ବର୍ଷ ଆରମ୍ଭରୁ ଗୋଇଠି ଓ ସ୍ପୋର୍ଟ୍ସ ହାର୍ନିଆରେ ଆହତ ହୋଇ ଦୀର୍ଘ ସମୟ ଧରି ସେ ଖେଳଠୁ ଦୂରରେ ଥିଲେ। ଅନ୍ୟପକ୍ଷରେ ତାଙ୍କ ପ୍ରତ୍ୟାବର୍ତ୍ତନ କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ନୁହେଁ, ବରଂ ଭାରତୀୟ ଦଳକୁ ମଧ୍ୟ ଆଶ୍ବସ୍ତି ଦେଇଛି। ଆଇପିଏଲ୍ରେ ଭଲ ପ୍ରଦର୍ଶନ କଲେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ସେ ଚୟନ ହେବା ସମ୍ଭାବନା ରହିଛି। ଶେଷ ଥର ପାଇଁ ସେ ଡିସେମ୍ବରରେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍ ଖେଳିଥିଲେ। ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଏହି ମ୍ୟାଚ୍ରେ ୫୬ ବଲ୍ରୁ ୧୦୦ ରନ୍ ସଂଗ୍ରହ କରିଥିଲେ ଏବଂ ଏହି ମ୍ୟାଚ୍ରେ ହିଁ ତାଙ୍କୁ ଆଘାତ ଲାଗିଥିଲା। ଜର୍ମାନିର ମ୍ୟୁନିକ୍ ସହରରେ ଜାନୁଆରି ୧୭ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।

Tags: