ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟ୍‌ରେ ହରାଇଲା ଆର୍‌ସିବି

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍‌ରେ ରହାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାରର ଦ୍ବିତୀୟ ମ୍ୟାଚ୍‌ରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆର୍‌ସିବି ୨୨ ବଲ୍‌ ପୂର୍ବରୁ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିରାଟ କୋହଲି (୮୨* ରନ୍‌, ୪୯ ବଲ୍‌, ୬ ଚୌକା, ୫ ଛକା) ଓ ଗ୍ଲେନ୍‌ ମ୍ୟାକ୍ସୱେଲ (୧୨* ରନ୍‌, ୩ ବଲ୍‌, ୨ […]

Samaya Live Picture
Published On

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍‌ରେ ରହାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାରର ଦ୍ବିତୀୟ ମ୍ୟାଚ୍‌ରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆର୍‌ସିବି ୨୨ ବଲ୍‌ ପୂର୍ବରୁ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିରାଟ କୋହଲି (୮୨* ରନ୍‌, ୪୯ ବଲ୍‌, ୬ ଚୌକା, ୫ ଛକା) ଓ ଗ୍ଲେନ୍‌ ମ୍ୟାକ୍ସୱେଲ (୧୨* ରନ୍‌, ୩ ବଲ୍‌, ୨ ଛକା) ଅପରାଜିତ ରହି ଦଳକୁ ଜିତାଇଥିଲେ। ଏଥିପୂର୍ବରୁ ଅଧିନାୟକ ଫାଫ୍‌ ଡୁ‌’ପ୍ଲେସିସ୍‌ (୭୩ ରନ୍‌, ୪୩ ବଲ୍‌, ୫ ଚୌକା, ୬ ଛକା), କୋହଲିଙ୍କ ସହ ମିଶି ପ୍ରଥମ ୱିକେଟ୍‌ରେ ୧୪୮ ରନ୍‌ର ଭାଗୀଦାରି କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ। କେବଳ ଦିନେଶ କାର୍ତ୍ତିକ ଖାତା ଖୋଲିପାରିନଥିଲେ। ପୂର୍ବରୁ ଆର୍‌ସିବି ‌ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ବେଳେ ରୋହିତଙ୍କ ଦଳ ୮ ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା। ପାୱାର ପ୍ଲେ ମଧ୍ୟରେ ଈଶାନ କିଶନ (୧୦), କାମେରୁନ ଗ୍ରିନ୍‌ (୫) ଓ ରୋହିତ ଶର୍ମା (୧)ଙ୍କ ୱିକେଟ୍‌ ହରାଇ ମୁମ୍ବାଇ ସଙ୍କଟରେ ପଡ଼ିଥିଲା। ପରେ ୮.୫ ଓଭରରେ ଦଳୀୟ ସ୍କୋର୍‌ ୪୮ ଥିଲା ବେଳେ ସୂର୍ଯ୍ୟକୁମାର ଯାଦବ (୧୫) ଆଉଟ୍‌ ହୋଇଥିଲେ। ତେବେ ଏହାପରେ ନେହାଲ ୱାଧେରା (୨୧, ୧୩ ବଲ୍‌, ୧ ଚୌକା, ୨ ଛକା)ଙ୍କ ସହ ତିଲକ ବର୍ମା ପଞ୍ଚମ ୱିକେଟ୍‌ରେ ୫୦ ରନ୍‌ର ଦ୍ରୁତ ଭାଗୀଦାରି କରିଥିଲେ। ଅଷ୍ଟମ ୱିକେଟ୍‌ରେ ଅର୍ଶଦ ଖାନ୍‌ (୧୫* ରନ୍‌)ଙ୍କ ସହ ତିଲକ (୮୪* ରନ୍‌) ୪୮ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ୧୫୦ ପାର କରିଥିଲେ। ଏହି ମ୍ୟାଚ୍‌ରେ ଫାଫ୍‌ ଡୁ’ ପ୍ଲେସିସ୍‌ଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

Tags: