ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଗୁଜୁରାଟ ଟାଇଟନ୍ସ
ଅହମଦାବାଦ: ଆଇପିଏଲ୍ରେ ଗୁଜୁରାଟ ଟାଇଟନ୍ସ ୫୫ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଗୁଜୁରାଟ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୨୦୮ ରନ୍ର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୯ ୱିକେଟ୍ ବିନିମୟରେ ୧୫୨ ରନ୍ କରିପାରିଥିଲା। ଦ୍ବିତୀୟ ଓଭରରେ ରୋହିତ ଶର୍ମାଙ୍କୁ ପାଣ୍ଡ୍ୟା ଆଉଟ୍ କରିବା ପରେ ରସିଦ୍ ଓ ନୂର୍ ମୁମ୍ବାଇର ମଧ୍ୟକ୍ରମ ଭାଙ୍ଗିଦେଇଥିଲେ। ୫୯ ରନ୍ ମଧ୍ୟରେ ୫ ୱିକେଟ୍ (ରୋହିତ, ଇଶାନ, ତିଳକ ବର୍ମା, କାମେରୁନ୍ ଗ୍ରିନ୍ ଓ ଟିମ୍ ଡେଭିଡ୍)ର […]
ଅହମଦାବାଦ: ଆଇପିଏଲ୍ରେ ଗୁଜୁରାଟ ଟାଇଟନ୍ସ ୫୫ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଗୁଜୁରାଟ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୨୦୮ ରନ୍ର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୯ ୱିକେଟ୍ ବିନିମୟରେ ୧୫୨ ରନ୍ କରିପାରିଥିଲା। ଦ୍ବିତୀୟ ଓଭରରେ ରୋହିତ ଶର୍ମାଙ୍କୁ ପାଣ୍ଡ୍ୟା ଆଉଟ୍ କରିବା ପରେ ରସିଦ୍ ଓ ନୂର୍ ମୁମ୍ବାଇର ମଧ୍ୟକ୍ରମ ଭାଙ୍ଗିଦେଇଥିଲେ। ୫୯ ରନ୍ ମଧ୍ୟରେ ୫ ୱିକେଟ୍ (ରୋହିତ, ଇଶାନ, ତିଳକ ବର୍ମା, କାମେରୁନ୍ ଗ୍ରିନ୍ ଓ ଟିମ୍ ଡେଭିଡ୍)ର ପତନ ଘଟିବା ପରେ ସୂର୍ଯ୍ୟକୁମାର ଯାଦବ ଓ ନେହାଲ ୱାଧିରା ଷଷ୍ଠ ୱିକେଟ୍ରେ ୩୧ ରନ୍ ଯୋଡ଼ିଥିଲେ। କିନ୍ତୁ ନୂରଙ୍କ ଗୁଗ୍ଲିକୁ ବୁଝିନପାରି ସୂର୍ଯ୍ୟ ସିଧା ଖେଳିବାକୁ ଯାଇ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ନେହାଲ (୪୦) ଦଳକୁ ଆଶା ଦେଇଥିଲେ ବି ସେ ମଧ୍ୟ ପେଡାଲ ସ୍ବିପ୍ ମାରିବାକୁ ଯାଇ ନିଜ ୱିକେଟ୍ ହରାଇଥିଲେ। ଅନ୍ୟମାନେ ରନ୍ ବାହାର କରିବାରେ ବିଫଳ ହେବାରୁ ମୁମ୍ବାଇକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପୂର୍ବରୁ ରୋହିତ ଶର୍ମା ଟସ୍ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ବେଳେ ତୃତୀୟ ଓଭରରେ ରିଦ୍ଧିମାନ ଶାହା (୪)ଙ୍କୁ ଅର୍ଜୁନ ତେନ୍ଦୁଲକର ଆଉଟ୍ କରିଥିଲେ। ପାଣ୍ଡ୍ୟା (୧୩) ମଧ୍ୟ ବିଶେଷ କରି କରିନପାରି ପାୱାରପ୍ଲେ ପରବର୍ତ୍ତୀ ବଲ୍ରେ ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। କିନ୍ତୁ ଅନ୍ୟପଟରୁ ଚୌକା, ଛକା ମାରି ଅର୍ଦ୍ଧଶତକ ଅର୍ଜନ କରିଥିବା ଶୁବମନ ଗିଲ୍ (୫୬) ଶେଷରେ ନିଜ ୱିକେଟ୍ ହରାଇଥିଲେ। ବିଜୟ ଶଙ୍କର (୧୯)ଙ୍କ ୱିକେଟ୍ ପରେ ଡେଭିଡ୍ ମିଲର ଓ ଅଭିନବ ମନୋହର ଗୁଜରାଟ ଆକ୍ସରେଲେଟରରେ ଗୋଡ଼ ରଖି ଦ୍ରୁତ ରନ୍ ସଂଗ୍ରହ କରିଥିଲେ ପଞ୍ଚମ ୱିକେଟ୍ରେ ମିଲର-ମନୋହର ଯୋଡ଼ି ୩୫ ବଲ୍ରୁ ୭୧ ରନ୍ ଉଠାଇଥିଲେ। ୧୯ତମ ଓଭରର ପ୍ରଥମ ବଲ୍ରେ ମନୋହର (୪୨) ଆଉଟ୍ ହୋଇଥିଲେ ବି ଦଳର ପ୍ରଦର୍ଶନ ଉପରେ କିଛି ଫରକ ପଡ଼ିନଥିଲା। ରାହୁଲ ତିୱାତିଆ (୨୦*) ଚିରାଚରିତ ଢଙ୍ଗରେ ୫ ବଲ୍ରୁ ୩ ଛକା ମାରି ଦଳକୁ ୨୦୦ ପାର୍ କରାଇଥିଲେ। ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ମିଲର (୪୬) କିନ୍ତୁ ଗୋଟିଏ ବଲ୍ ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ଦ୍ରୁତ ପାଳି ପାଇଁ ମନୋହରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।




