ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ
ମୁମ୍ବାଇ : ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ଧାରାରେ ରୋକ ଲାଗିଛି। ଆରମ୍ଭରୁ ୨ ମ୍ୟାଚ୍ ହାରିବା ପରେ ହ୍ୟାଟ୍ରିକ ବିଜୟ ପାଇଥିବା ଘରୋଇ ମୁମ୍ବାଇ ଶନିବାର ପଞ୍ଜାବ କିଙ୍ଗ୍ସଠାରୁ ୧୩ ରନ୍ରେ ହାରିଯାଇଛି। ସ୍ଥାନୀୟ ୱାଙ୍ଖ୍ଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୨୧୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରୋହିତ ଶର୍ମାଙ୍କ ନେତୃ୍ତ୍ବାଧୀନ ମୁମ୍ବାଇ ୬ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରେ ଦଳକୁ ୧୬ ରନ୍ ଆବଶ୍ୟକ […]
ମୁମ୍ବାଇ : ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ଧାରାରେ ରୋକ ଲାଗିଛି। ଆରମ୍ଭରୁ ୨ ମ୍ୟାଚ୍ ହାରିବା ପରେ ହ୍ୟାଟ୍ରିକ ବିଜୟ ପାଇଥିବା ଘରୋଇ ମୁମ୍ବାଇ ଶନିବାର ପଞ୍ଜାବ କିଙ୍ଗ୍ସଠାରୁ ୧୩ ରନ୍ରେ ହାରିଯାଇଛି। ସ୍ଥାନୀୟ ୱାଙ୍ଖ୍ଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୨୧୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରୋହିତ ଶର୍ମାଙ୍କ ନେତୃ୍ତ୍ବାଧୀନ ମୁମ୍ବାଇ ୬ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରେ ଦଳକୁ ୧୬ ରନ୍ ଆବଶ୍ୟକ ଥିଲା ବେଳେ ଅର୍ଶଦୀପ ୨ ୱିକେଟ୍ ନେବା ସହ ମାତ୍ର ୨ ରନ୍ ଦେଇ ପଞ୍ଜାବକୁ ବିଜୟ ଭେଟି ଦେଇଥିଲେ।
ରୋହିତ ଓ କାମେରୁନ ଗ୍ରିନ ଦ୍ବିତୀୟ ୱିକେଟ୍ରେ ୭୬ ରନ୍ ଯୋଡ଼ି ମୁମ୍ବାଇକୁ ବିଜୟ ଆଡ଼କୁ ନେଇଥିଲା ରୋହିତ (୪୪) ଆଉଟ ହେବା ବେଳକୁ ଦଳୀୟ ସ୍କୋର୍ ୮୪ ରନ୍ ରହିଥିଲା। ଏହାପରେ ଗ୍ରିନ୍ (୬୭) ଓ ସୂର୍ଯ୍ୟକୁମାର (୫୫) ତୃତୀୟ ୱିକେଟ୍ରେ ୭୫ ରନ୍ର ଭାଗୀଦାରି କରି ବିଜୟ ଆଶା ଦେଇଥିଲେ। ହେଲେ ଏହି ଦୁଇ ଜଣ ଆଉଟ ହେବା ପରେ ଟିମ୍ ଡେଭିଡ (୨୫) କିଛିଟା ଲଢ଼ିଥିଲା ମଧ୍ୟ ଅପରପାର୍ଶ୍ବରେ ୱିକେଟ୍ ଝଡ଼ିବାରୁ ମୁମ୍ବାଇ ମ୍ୟାଚ୍ ହାତଛଡ଼ା କରିଥିଲା। ଏଥି ପୂର୍ବରୁ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ କିଙ୍ଗ୍ସ ୨୧୪/୮ କରିଥିଲା। ହରପ୍ରୀତ ସିଂହ (୪୧) ଏବଂ ଅଧିନାୟକ ସାମ କରନ (୫୫) ପଞ୍ଚମ ୱିକେଟ୍ରେ ୯୨ ଯୋଡ଼ି ବଡ଼ ସ୍କୋର ଅଭିମୁଖେ ଯାଇଥିଲେ। ଏହାପରେ ଜିତେଶ ଶର୍ମା ୭ ବଲ୍ରେ ୨୫ ରନ୍ର ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋର୍ ୨୦୦ ପାରି କରାଇଥିଲେ। ଶେଷ ୬ ଓଭରରେ ହିଁ ପଞ୍ଜାବ ୧୦୯ ରନ୍ କରିଥିଲା।




