ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗ୍ସ

ମୁମ୍ବାଇ : ଶନିବାର ରାତିରେ ଚେନ୍ନାଇ ସୁପରକିଙ୍ଗ୍ସ ୭ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଦ୍ବିତୀୟ ବିଜୟ ପାଇଛି। ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଘରୋଇ ଦଳ ୧୫୭/୮ ସ୍କୋର କରିଥିଲା ବେଳେ ଧାର୍ଯ୍ୟ ଲକ୍ଷ୍ୟକୁ ଚେନ୍ନାଇ ୧୧ ବଲ୍ ପୂର୍ବରୁ ହାସଲ କରିନେଇଥିଲା। ଫଳରେ ୫ ଥର ବିଜେତା ମୁମ୍ବାଇ କ୍ରମାଗତ ଦ୍ବିତୀୟ ମ୍ୟାଚ୍ରେ ବି ପରାଜିତ ହୋଇଛି। ଏହି ମ୍ୟାଚ୍ରେ ଧୋନି ଟସ୍ ଜିତି ବୋଲିଂ ନେଇଥିଲେ। ରୋହିତ ଶର୍ମା ଓ […]

Samaya Live Picture
Published On

ମୁମ୍ବାଇ : ଶନିବାର ରାତିରେ ଚେନ୍ନାଇ ସୁପରକିଙ୍ଗ୍ସ ୭ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଦ୍ବିତୀୟ ବିଜୟ ପାଇଛି। ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଘରୋଇ ଦଳ ୧୫୭/୮ ସ୍କୋର କରିଥିଲା ବେଳେ ଧାର୍ଯ୍ୟ ଲକ୍ଷ୍ୟକୁ ଚେନ୍ନାଇ ୧୧ ବଲ୍ ପୂର୍ବରୁ ହାସଲ କରିନେଇଥିଲା। ଫଳରେ ୫ ଥର ବିଜେତା ମୁମ୍ବାଇ କ୍ରମାଗତ ଦ୍ବିତୀୟ ମ୍ୟାଚ୍ରେ ବି ପରାଜିତ ହୋଇଛି। ଏହି ମ୍ୟାଚ୍ରେ ଧୋନି ଟସ୍ ଜିତି ବୋଲିଂ ନେଇଥିଲେ। ରୋହିତ ଶର୍ମା ଓ ଈଶାନ କିଶନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିବା ସହ ୪ ଓଭରରେ ୩୮ ରନ୍ ଯୋଡ଼ିଥିଲେ। ପରେ ତୁଷାର ଦେଶପାଣ୍ଡେଙ୍କ ସୁଇଂରେ ପରାସ୍ତ ହୋଇ ରୋହିତ ବୋଲ୍ଡ ହେବା ପରେ ଈଶାନ ଓ କାମେରୁନ୍ ଗ୍ରିନ୍ଙ୍କୁ ରବୀନ୍ଦ୍ର ଜାଦେଜା ଆଉଟ୍ କରି ଚେନ୍ନାଇକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଚେନ୍ନାଇ ଯଦିଓ ପ୍ରଥମ ଓଭରରୁ ଡେଭନ କନୱେଙ୍କ ୱିକେଟ୍ ହରାଇଥିଲା, କିନ୍ତୁ ଏହା ଦଳୀୟ ପ୍ରଦର୍ଶନ ଉପରେ ବିଶେଷ ପ୍ରଭାବ ପକାଇପାରିନଥିଲା। ଋତୁରାଜ ଗାଏକ୍ବାଡ ରକ୍ଷଣାତ୍ମକ ଖେଳୁଥିଲା ବେଳେ ଆଜିଙ୍କ୍ୟ ରାହାଣେ ଦ୍ରୁତ ଭାବେ ରନ୍ ବାହାର କରିଥିଲେ। ଏଥିମଧ୍ୟରେ ଚଳିତ ଆଇପିଏଲ୍ର ସବୁଠୁ ଦ୍ରୁତତମ ୧୯ ବଲ୍ରୁ ରାହାଣେ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦ୍ବିତୀୟ ୱିକେଟ୍ରେ ୮୧ ରନ୍ର ଦୃଢ ଭାଗୀଦାରି ଗଢ଼ିଥିଲେଗାଏକ୍ବାଡ କିନ୍ତୁ ଗୋଟିଏ ପଟରୁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ଜିତାଇଥିଲେ।

Tags: