ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଧୋନିଙ୍କ ଆଣ୍ଠୁର ସଫଳ ଅସ୍ତ୍ରୋପଚାର
ଚେନ୍ନାଇ: ପଞ୍ଚମ ଥର ଲାଗି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଆଇପିଏଲ୍ ବିଜେତା କରିବାର ଦୁଇ ଦିନ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଛି। ଏହି ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଦୁଇ ଦିନ ପରେ ମେଡିକାଲରୁ ବାହାରିବେ। ସ୍ପୋର୍ଟ୍ସ ମେଡିସିନ୍ ସ୍ପେସାଲିଷ୍ଟ ଡାକ୍ତର ଦିନ୍ସ ପର୍ଦିୱାଲା ୪୧ ବର୍ଷୀୟ ପୂର୍ବତନ ଭାରତୀୟ ଅଧିନାୟକ ଧୋନିଙ୍କ ଅସ୍ତ୍ରୋପଚାର ମୁମ୍ବାଇସ୍ଥିତ କୋକିଳାବେନ […]
ଚେନ୍ନାଇ: ପଞ୍ଚମ ଥର ଲାଗି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଆଇପିଏଲ୍ ବିଜେତା କରିବାର ଦୁଇ ଦିନ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଛି। ଏହି ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଦୁଇ ଦିନ ପରେ ମେଡିକାଲରୁ ବାହାରିବେ। ସ୍ପୋର୍ଟ୍ସ ମେଡିସିନ୍ ସ୍ପେସାଲିଷ୍ଟ ଡାକ୍ତର ଦିନ୍ସ ପର୍ଦିୱାଲା ୪୧ ବର୍ଷୀୟ ପୂର୍ବତନ ଭାରତୀୟ ଅଧିନାୟକ ଧୋନିଙ୍କ ଅସ୍ତ୍ରୋପଚାର ମୁମ୍ବାଇସ୍ଥିତ କୋକିଳାବେନ ହସ୍ପିଟାଲରେ କରିଥିଲେ। ଧୋନି ବୁଧବାର ସଂଧ୍ୟାରେ ଡାକ୍ତରଖାନାଳରେ ଭର୍ତ୍ତି ହୋଇଥିଲେ। ଗୁରୁବାର ସକାଳେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଧୋନିଙ୍କ ପାଖରେ ପତ୍ନୀ ସାକ୍ଷୀ ରହିଛନ୍ତି। ଅସ୍ତ୍ରୋପଚାର ପରେ ଗୁରୁବାର ସକାଳେ ଧୋନିଙ୍କ ସହ ସିଏସ୍କେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍ ଆଲୋଚନା କରିଛନ୍ତି।




