ମୁମ୍ବାଇରେ ଶିବାଜୀ ପାର୍କ ବୁଲିଲେ ଡି’ଭିଲିୟର୍ସ

ମୁମ୍ବାଇ: ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର୍ ଏବି ଡି’ଭିଲିୟର୍ସ ଏବେ ବିଶ୍ବକପ୍ ମ୍ୟାଚ୍ ଉପଭୋଗ କରିବା ପାଇଁ ଭାରତରେ ଅଛନ୍ତି। ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିଲେ ବି ଏହା ପୂର୍ବରୁ ସେ ଭାରତର ବିଭିନ୍ନ ସ୍ଥାନ ବୁଲୁଛନ୍ତି। ଶୁକ୍ରବାର ଡି’ଭିଲିୟର୍ସ ମୁମ୍ବାଇର ଶିବାଜୀ ପାର୍କ ବୁଲି ଯାଇଥିଲେ, ଯେଉଁଠାରେ ସଚିନ ତେନ୍ଦୁଲକର, ସନ୍ଦୀପ ପାଟିଲଙ୍କ ସହ ଅନେକ ବଡ଼ କ୍ରିକେଟର୍ଙ୍କ ଖେଳ ଜୀବନ ଗଢ଼ା ହୋଇଛି। […]

Samaya Live Picture
Published On

ମୁମ୍ବାଇ: ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର୍ ଏବି ଡି’ଭିଲିୟର୍ସ ଏବେ ବିଶ୍ବକପ୍ ମ୍ୟାଚ୍ ଉପଭୋଗ କରିବା ପାଇଁ ଭାରତରେ ଅଛନ୍ତି। ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିଲେ ବି ଏହା ପୂର୍ବରୁ ସେ ଭାରତର ବିଭିନ୍ନ ସ୍ଥାନ ବୁଲୁଛନ୍ତି। ଶୁକ୍ରବାର ଡି’ଭିଲିୟର୍ସ ମୁମ୍ବାଇର ଶିବାଜୀ ପାର୍କ ବୁଲି ଯାଇଥିଲେ, ଯେଉଁଠାରେ ସଚିନ ତେନ୍ଦୁଲକର, ସନ୍ଦୀପ ପାଟିଲଙ୍କ ସହ ଅନେକ ବଡ଼ କ୍ରିକେଟର୍ଙ୍କ ଖେଳ ଜୀବନ ଗଢ଼ା ହୋଇଛି। ଡି’ଭିଲିୟର୍ସଙ୍କ ସହିତ ପୂର୍ବତନ କ୍ରିକେଟର୍ ଦୀନେଶ କାର୍ତ୍ତିକ, ୱାସିଂଟନ୍ ସୁନ୍ଦର, ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀ ମଧ୍ୟ ଏଠାରେ ବୁଲିବାକୁ ଆସିଥିଲେ। ଶିବାଜୀ ପାର୍କରେ ଅନ୍ତଃବିଦ୍ୟାଳୟ ମ୍ୟାଚ୍ ଖେଳାଯାଉଥିଲା ବେଳେ ପଡ଼ିଆର ଅନ୍ୟ ଭାଗଗୁଡ଼ିକରେ ଏକାଧିକ ପିଚ୍ରେ ପିଲାମାନେ କ୍ରିକେଟ୍ ଅଭ୍ୟାସ କରୁଥିବା ସେ ଦେଖିବାକୁ ପାଇଥିଲେ। ପେଳରେ ମୁମ୍ବାଇ କ୍ରିକେଟ୍ ସଂଘ ସମ୍ପାଦକ ଆଜିଙ୍କ୍ୟ ନାଏକ ଓ ଦୀପକ ପାଟିଲ୍ଙ୍କୁ ଡି’ଭିଲିୟର୍ସ ସାକ୍ଷାତ କରିଥିଲେ। ଏହି ଘଟଣାକୁ ଡି’ଭିଲିୟର୍ସ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିଥିଲା ବେଳେ ରବିବାର ମ୍ୟାଚ୍ ପାଇଁ ଉତ୍ସାହିତ ଥିବା ଉଲ୍ଲେଖ କରିଥିଲେ।

Tags: