ମୀରପୁର ଟେଷ୍ଟର ଜିତିଲା ବାଂଲାଦେଶ, ଆଫଗାନିସ୍ତାନ ୫୪୬ ରନରେ ପରାସ୍ତ

ମୀରପୁର: ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଘରୋଇ ଟେଷ୍ଟରେ ବାଂଲାଦେଶ ୫୪୬ ରନରେ ବିଜୟୀ ହୋଇଛି। ଘରୋଇ ଦଳ ପ୍ରଥମ ପାଳିରେ ୩୮୨ ରନ୍ କରିଥିଲା ବେଳେ ଭ୍ରମଣକାରୀ ଆଫ୍ଗାନିସ୍ତାନ ୧୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ୨୩୬ ରନ୍ରେ ଆଗୁଆ ଥିବା ବାଂଲାଦେଶ ଦ୍ବିତୀୟ ପାଳିରେ ୪୨୫/୪ରେ ପାଳି ଘୋଷଣା କରି ଆଫ୍ଗାନିସ୍ତାନ ସମ୍ମୁଖରେ ୬୬୨ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଏହାକୁ ପିଛା କରି ଚତୁର୍ଥ ଦିନରେ ଆଫ୍ଗାନିସ୍ତାନ ୧୧୫ ରନ୍ରେ ଅଲଆଉଟ୍ ହୋଇଥିଲା ଦ୍ବିତୀୟ ଦିନର […]

Samaya Live Picture
Published On

ମୀରପୁର: ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଘରୋଇ ଟେଷ୍ଟରେ ବାଂଲାଦେଶ ୫୪୬ ରନରେ ବିଜୟୀ ହୋଇଛି। ଘରୋଇ ଦଳ ପ୍ରଥମ ପାଳିରେ ୩୮୨ ରନ୍ କରିଥିଲା ବେଳେ ଭ୍ରମଣକାରୀ ଆଫ୍ଗାନିସ୍ତାନ ୧୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ୨୩୬ ରନ୍ରେ ଆଗୁଆ ଥିବା ବାଂଲାଦେଶ ଦ୍ବିତୀୟ ପାଳିରେ ୪୨୫/୪ରେ ପାଳି ଘୋଷଣା କରି ଆଫ୍ଗାନିସ୍ତାନ ସମ୍ମୁଖରେ ୬୬୨ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଏହାକୁ ପିଛା କରି ଚତୁର୍ଥ ଦିନରେ ଆଫ୍ଗାନିସ୍ତାନ ୧୧୫ ରନ୍ରେ ଅଲଆଉଟ୍ ହୋଇଥିଲା
ଦ୍ବିତୀୟ ଦିନର ସ୍କୋର୍ ୧୩୪/୧ରୁ ଖେଳ ଆରମ୍ଭ କରିଥିବା ବାଂଲାଦେଶ ଏଥିରେ ୨୯୧ ରନ୍ ଯୋଡ଼ି ପାଳି ଘୋଷଣା କରିଥିଲା। ପ୍ରଥମ ପାଳିରେ ୧୪୬ ରନ୍ର ପାଳି ଖେଳିଥିବା ନଜମୁଲ ହୁସେନ ସାନ୍ତୋ (୧୨୪) ଦ୍ବିତୀୟ ପାଳିରେ ଆଉ ଏକ ଶତକ ଅର୍ଜନ କରିଥିଲେ। ଘରୋଇ ମାଟିରେ ଏହା ତାଙ୍କର ଦ୍ବିତୀୟ ଶତକ। ସା୍ନ୍ତୋ ଓ ଜାକିର ହୁସେନ (୭୧)ଙ୍କ ସହ ଦ୍ବିତୀୟ ୱିକେଟ୍ରେ ୧୭୩ ରନ୍ର ଭାଗୀଦାରି ଗଢ଼ିଥିଲେ। ଏହାପରେ ମୋମିନୁଲ ହକ୍ଙ୍କ ସହ ତୃତୀୟ ୱିକେଟ୍ରେ ୮୩ ରନ୍ ଯୋଡ଼ିବା ପରେ ପାଭିଲିୟନ ଫେରିଥିଲେ। ହକ୍ ଓ ଅଧିନାୟକ ଲିଟନ ଦାସ ଅବିଭାଜିତ ପଞ୍ଚମ ୱିକେଟ୍ରେ ୧୪୩ ରନ୍ ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍ ୪୦୦ ପାର୍ କରିଥିଲେ। ହକ୍ (୧୨୧*) ଓ ଲିଟନ (୬୬*) ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ପାଇଁ କେବଳ ରହମତ ଶାହ (୩୦), ହସମତୁଲ୍ଲା ସାହିଦି (୧୩) ଓ କରିମ୍ ଜନତ (୧୮) ଦୁଇ ଅଙ୍କ ଛୁଇଁପାରିଥିଲେ। ତସ୍କିନ ଅହମ୍ମଦ ୪ ଓ ସୋରିଫୁଲ ଇସଲାମ ୩ ୱିକେଟ୍ ନେଇ ଘରୋଇ ଦଳକୁ ଜିତାଇଥିଲେ।

Tags: