ମିଆମି ଓପନ୍‌ ଜିତିଲେ ମେଦଭେଦେଭ

ମିଆମି: ରୁଷିଆର ଡାନିଲ ମେଦଭେଦେଭ ମିଆମି ଓପନ୍‌ ଟେନିସ୍ରେ ପୁରୁଷ ଏକକ ଚାମ୍ପିଅନ୍‌ ହୋଇଛନ୍ତି। ଫାଇନାଲ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ମେ‌ଦଭେଦେଭ ୭-୫, ୬-୩ ସେଟ୍‌ରେ ଦଶମ ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ ସିନରଙ୍କୁ ମାତ୍‌ ଦେଇ ମିଆମିରେ ପ୍ରଥମ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ଚଳିତ ବର୍ଷ ଲଗାତାର ପଞ୍ଚମ ଫାଇନାଲ୍‌ ଖେଳୁଥିବା ‌ମେ‌ଦଭେ‌ଦଭଙ୍କ ଏହା ଚତୁର୍ଥ ଏବଂ ମୋଟ ଉପରେ ୧୯ତମ ଟ୍ରଫି। ଇଣ୍ଡିଆନ୍‌ ୱେଲ୍ସରେ ଉପବିଜେତା ହେବା ପୂର୍ବରୁ ଦୋହା, ରୋଟରଡାମ ଓ ଦୁବା‌ଇରେ ସେ […]

Samaya Live Picture
Published On

ମିଆମି: ରୁଷିଆର ଡାନିଲ ମେଦଭେଦେଭ ମିଆମି ଓପନ୍‌ ଟେନିସ୍ରେ ପୁରୁଷ ଏକକ ଚାମ୍ପିଅନ୍‌ ହୋଇଛନ୍ତି। ଫାଇନାଲ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ମେ‌ଦଭେଦେଭ ୭-୫, ୬-୩ ସେଟ୍‌ରେ ଦଶମ ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ ସିନରଙ୍କୁ ମାତ୍‌ ଦେଇ ମିଆମିରେ ପ୍ରଥମ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ଚଳିତ ବର୍ଷ ଲଗାତାର ପଞ୍ଚମ ଫାଇନାଲ୍‌ ଖେଳୁଥିବା ‌ମେ‌ଦଭେ‌ଦଭଙ୍କ ଏହା ଚତୁର୍ଥ ଏବଂ ମୋଟ ଉପରେ ୧୯ତମ ଟ୍ରଫି। ଇଣ୍ଡିଆନ୍‌ ୱେଲ୍ସରେ ଉପବିଜେତା ହେବା ପୂର୍ବରୁ ଦୋହା, ରୋଟରଡାମ ଓ ଦୁବା‌ଇରେ ସେ ଚାମ୍ପିଅନ୍ ହୋଇଥିଲେ।

Tags: