ମା’ ହେଲେ ଓସାକା, ବାର୍ଟି

ଲସ୍‌ ଏଞ୍ଜେଲ୍ସ, ୧୨/୭: ୪ ଥର ଗ୍ରାଣ୍ଡ ସ୍ଲାମ ବିଜୟିନୀ ନାଓମି ଓସାକା ଏବଂ ପୂର୍ବତନ ବିଶ୍ବର ଏକ ନମ୍ବର ଆସ୍‌ଲେ ବାର୍ଟି ମାତୃତ୍ବ ଲାଭ କରିଛନ୍ତି। ୨୫ ବର୍ଷୀୟା ଜାପାନର ଓସାକା ଓ ତାଙ୍କ ପୁରୁଷ ବନ୍ଧୁ କୋର୍ଡାଇ ଲସ୍‌ ଏଞ୍ଜେଲ୍ସରେ ଏକ ନବଜାତ କନ୍ୟା ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ଉଭୟ ମା’ ଓ ଝିଅ ସୁସ୍ଥ ଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ଜାନୁଆରିରେ ଓସାକା ଗର୍ଭବତୀ ଥିବା ନେଇ ଇନ୍‌ଷ୍ଟାଗ୍ରାମରେ ଫଟୋ […]

Samaya Live Picture
Published On

ଲସ୍‌ ଏଞ୍ଜେଲ୍ସ, ୧୨/୭: ୪ ଥର ଗ୍ରାଣ୍ଡ ସ୍ଲାମ ବିଜୟିନୀ ନାଓମି ଓସାକା ଏବଂ ପୂର୍ବତନ ବିଶ୍ବର ଏକ ନମ୍ବର ଆସ୍‌ଲେ ବାର୍ଟି ମାତୃତ୍ବ ଲାଭ କରିଛନ୍ତି। ୨୫ ବର୍ଷୀୟା ଜାପାନର ଓସାକା ଓ ତାଙ୍କ ପୁରୁଷ ବନ୍ଧୁ କୋର୍ଡାଇ ଲସ୍‌ ଏଞ୍ଜେଲ୍ସରେ ଏକ ନବଜାତ କନ୍ୟା ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ଉଭୟ ମା’ ଓ ଝିଅ ସୁସ୍ଥ ଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ଜାନୁଆରିରେ ଓସାକା ଗର୍ଭବତୀ ଥିବା ନେଇ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ। ଏହାପରେ ସେ ଗୋଟିଏ ଝିଅକୁ ଜନ୍ମ ଦେଉଥିବା ନେଇ ମଧ୍ୟ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଗତ ସପ୍ତାହରେ ୩ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଅଷ୍ଟ୍ରେଲିଆର ୨୫ ବର୍ଷୀୟା ଆସଲେ ବାର୍ଟି ମା’ ହୋଇଛନ୍ତି। ବାର୍ଟି ଓ ତାଙ୍କ ପତି ଗାରି କିସିକ୍‌ ସେମାନଙ୍କ ପୁତ୍ର ସନ୍ତାନ ହେଡେନ୍‌ର ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଶୁଭ ଖବର ପୃଷ୍ଟି କରିଛନ୍ତି। ଏହି ଯୋଡ଼ି ଏହାକୁ ନେଇ ଖୁସି ହେବା ସହ ଏହାର ଶିରୋନାମାରେ ଲେଖିଛନ୍ତି, ‘‘ଆମର ସୁନ୍ଦର ପୁଅ ହେଡେନ, ବିଶ୍ବରେ ପ୍ରବେଶ କଲା। ସ୍ବାଗତ ହେଡେନ’’। ଗତ ବର୍ଷ ଏକ ନମ୍ବର ମାନ୍ୟତାରେ ଥିଲା ବେଳେ ଅପ୍ରତ୍ୟାଶିତ ଭାବେ ବାର୍ଟି ଟେନିସରୁ ଅବସର ନେଇଥିଲେ।

Tags: