ମାଲେସିଆ ମାଷ୍ଟର୍ସ ସେମିରେ ପିଭି ସିନ୍ଧୁ ଓ ଏଚଏସ୍ ପ୍ରଣୟ

କୁଆଲାଲୁମ୍ପୁର: ଭାରତୀୟ ତାରକା ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବିଜୟ ଧାରା ଜାରି ରଖି ସେମିଫାଇନାଲ୍ ପହଞ୍ଚିଛନ୍ତି। ମହିଳା ଏକକ କ୍ବାର୍ଟର ସିନ୍ଧୁ ୨୧-୧୬, ୧୩-୨୧ ଓ ୨୨-୨୦ରେ ଚୀନ୍ ପ୍ରତିଦ୍ବନ୍ଦ୍ବୀ ୟି ମାନ୍ ଝାଙ୍ଗ୍ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲା ବେଳେ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ପ୍ରଣୟ ୨୫-୨୩, ୧୮-୨୧ ଓ ୨୧-୧୩ରେ ଜାପାନର କେଣ୍ଟା ନିସିମୋତୋଙ୍କୁ ପରାସ୍ତ କରି ସେମିଫାଇନାଲ୍ […]

Samaya Live Picture
Published On

କୁଆଲାଲୁମ୍ପୁର: ଭାରତୀୟ ତାରକା ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବିଜୟ ଧାରା ଜାରି ରଖି ସେମିଫାଇନାଲ୍ ପହଞ୍ଚିଛନ୍ତି। ମହିଳା ଏକକ କ୍ବାର୍ଟର ସିନ୍ଧୁ ୨୧-୧୬, ୧୩-୨୧ ଓ ୨୨-୨୦ରେ ଚୀନ୍ ପ୍ରତିଦ୍ବନ୍ଦ୍ବୀ ୟି ମାନ୍ ଝାଙ୍ଗ୍ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲା ବେଳେ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ପ୍ରଣୟ ୨୫-୨୩, ୧୮-୨୧ ଓ ୨୧-୧୩ରେ ଜାପାନର କେଣ୍ଟା ନିସିମୋତୋଙ୍କୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁଙ୍କ ମୁକାବିଲା ଇଣ୍ଡୋନେସିଆର ଗ୍ରିଗୋରିଆ ମାରିସ୍କା ତୁନ୍ଜୁଙ୍ଗ୍ଙ୍କ ସହ ହେବ। ସେହିପରି ସେମିରେ ପ୍ରଣୟଙ୍କ ମୁକାବିଲା ଇଣ୍ଡୋନେସିଆର କ୍ରିଷ୍ଟିଆନ୍ ଆଦିନାତାଙ୍କ ସହ ହେବ। ହେଲେ ଅନ୍ୟତମ ଭାରତୀୟ କିଦାମ୍ବି ଶ୍ରୀକାନ୍ତଙ୍କୁ କ୍ବାର୍ଟର ଫାଇନାଲ୍ରେ ହିଁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସେ ୨୧-୧୬, ୧୬-୨୧ ଓ ୧୧-୨୧ରେ ଇଣ୍ଡୋନେସିଆର କ୍ରିଷ୍ଟିଆନ୍ ଆଦିନାତାଙ୍କ ନିକଟରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

Tags: