ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଜିତିଲେ ଏଚ୍ଏସ୍ ପ୍ରଣୟ

କୁଆଲାଲୁମ୍ପୁର: ଭାରତର ଏଚ୍ଏସ୍ ପ୍ରଣୟ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟ୍ରଫି ଜିତି ନେଇଛନ୍ତି। ଏହା ତାଙ୍କ ଜୀବନର ପ୍ରଥମ ବିଡବ୍ଲୁଏଫ୍ ବିଶ୍ବ ଟୁର୍ ଟାଇଟଲ। କୁଆଲାଲୁମ୍ପୁରରେ ଆୟୋଜିତ ପୁରୁଷ ଏକକ ଫାଇନାଲ୍ରେ ୩୦ ବର୍ଷୀୟ ପ୍ରଣୟ କଡ଼ାଥ ସଂଘର୍ଷ ପରେ ୨୧-୧୯, ୧୩-୨୧, ୨୧-୧୮ରେ ଚୀନ୍ର ୱେଙ୍ଗ ହଙ୍ଗ ୟାଙ୍ଗଙ୍କୁ ପରାସ୍ତ କରିଥିଲେ। ପ୍ରଣୟ ଗତ ବର୍ଷ ଥୋମାସ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ। ବ୍ୟକ୍ତିଗତ ଭାବେ ଶେଷ ଥର ଲାଗି […]

Samaya Live Picture
Published On

କୁଆଲାଲୁମ୍ପୁର: ଭାରତର ଏଚ୍ଏସ୍ ପ୍ରଣୟ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟ୍ରଫି ଜିତି ନେଇଛନ୍ତି। ଏହା ତାଙ୍କ ଜୀବନର ପ୍ରଥମ ବିଡବ୍ଲୁଏଫ୍ ବିଶ୍ବ ଟୁର୍ ଟାଇଟଲ। କୁଆଲାଲୁମ୍ପୁରରେ ଆୟୋଜିତ ପୁରୁଷ ଏକକ ଫାଇନାଲ୍ରେ ୩୦ ବର୍ଷୀୟ ପ୍ରଣୟ କଡ଼ାଥ ସଂଘର୍ଷ ପରେ ୨୧-୧୯, ୧୩-୨୧, ୨୧-୧୮ରେ ଚୀନ୍ର ୱେଙ୍ଗ ହଙ୍ଗ ୟାଙ୍ଗଙ୍କୁ ପରାସ୍ତ କରିଥିଲେ। ପ୍ରଣୟ ଗତ ବର୍ଷ ଥୋମାସ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ। ବ୍ୟକ୍ତିଗତ ଭାବେ ଶେଷ ଥର ଲାଗି ୨୦୧୭ରେ ୟୁଏସ୍ ଓପନ୍ ଗ୍ରାଁ ପ୍ରି ଗୋଲ୍ଡ ଟ୍ରଫି ଜିତିଥିଲେ। ଏହି କେରଳ ସଟଲର ଗତ ବର୍ଷ ସ୍ବିସ୍ ଓପନ୍ ଫାଇନାଲ୍ରେ ପହଞ୍ଚିଥିଲା ବେଳେ ମାଲେସିଆ ଓ ଇଣ୍ଡୋନେସିଆ ସୁପର ୧୦୦୦ ସେମିଫାଇନାଲ୍ରୁ ବିଦାୟ ନେଇଥିଲେ। ବିଶ୍ବର ଏହି ୯ ନମ୍ବର ଖେଳାଳି ଏହି ପରାଜୟ ଧାରା ଭାଙ୍ଗିଛନ୍ତି। ମାଲେସିଆ ମାଷ୍ଟର୍ସୋରେ ଶ୍ରୀକାନ୍ତ ବିଶ୍ବର ୩ ନମ୍ବର ଚୌ ତିଏନ ଚେନ୍, ଅଲ୍ ଇଂଲଣ୍ଡ ବିଜେତା ଲି ସି ଫେଙ୍ଗ ଓ ଜାପାନର କେଣ୍ଟା ନିଶିମୋତୋଙ୍କୁ ହରାଇ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ।

Tags: