ମାଲେସିଆ ମାଷ୍ଟର୍ସ କ୍ବାର୍ଟରରେ ପହଞ୍ଚିଲେ ସିନ୍ଧୁ, ଚାଲିହା

କୁଆଲାଲୁମ୍ପୁର: ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ଓ ଅସ୍ମିତା ଚାଲିଆ ଚଳିତ ମାଲେସିଆ ମାଷ୍ଟର୍ସ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ ୨୧-୧୩, ୧୨-୨୧, ୨୧-୧୪ରେ କୋରିଆର ସିମ୍ ୟୁ ଜିନ୍ଙ୍କୁ ଏବଂ ୫୩ ମାନ୍ୟତାପ୍ରାପ୍ତ ଚାଲିହା ୨୧-୧୯, ୧୬-୨୧, ୨୧-୧୨ରେ ବିଶ୍ବର ୧୦ ନମ୍ବର ଆମେରିକାର ବିୱେନ ଝାଙ୍ଗ୍ଙ୍କୁ ହରାଇଥିଲେ। ମହିଳା ଯୁଗଳରେ ସିମ୍ରନ ସିଙ୍ଘି-ଋତିକା ଠକର ୧୭-୨୧, ୧୧-୨୧ରେ ମାଲେସିଆ ଯୋଡ଼ି […]

Samaya Live Picture
Published On

କୁଆଲାଲୁମ୍ପୁର: ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ଓ ଅସ୍ମିତା ଚାଲିଆ ଚଳିତ ମାଲେସିଆ ମାଷ୍ଟର୍ସ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ ୨୧-୧୩, ୧୨-୨୧, ୨୧-୧୪ରେ କୋରିଆର ସିମ୍ ୟୁ ଜିନ୍ଙ୍କୁ ଏବଂ ୫୩ ମାନ୍ୟତାପ୍ରାପ୍ତ ଚାଲିହା ୨୧-୧୯, ୧୬-୨୧, ୨୧-୧୨ରେ ବିଶ୍ବର ୧୦ ନମ୍ବର ଆମେରିକାର ବିୱେନ ଝାଙ୍ଗ୍ଙ୍କୁ ହରାଇଥିଲେ। ମହିଳା ଯୁଗଳରେ ସିମ୍ରନ ସିଙ୍ଘି-ଋତିକା ଠକର ୧୭-୨୧, ୧୧-୨୧ରେ ମାଲେସିଆ ଯୋଡ଼ି ପର୍ଲି ଟାନ-ତିନା ମୁରଲୀଧରନଙ୍କଠୁ ଏବଂ ତ୍ରିଶା ଜଲି-ଗାୟତ୍ରୀ ଗୋପୀଚାନ୍ଦ ୧୮-୨୧, ୨୨-୨୦, ୧୪-୨୧ରେ ଚାଇନିଜ୍ ତାଇପେର ୟୁ ଚିଏନ ହୁଇ-ସୁଙ୍ଗ ସୁଓ ୟୁଁଙ୍କଠୁ ପରାସ୍ତ ହୋଇଥିଲେ।

Tags: