ମାର୍ଚ୍ଚ ୨୨ରୁ ମେ’ ୨୬ ପର୍ଯ୍ୟନ୍ତ ଆଇପିଏଲ୍‌; ଫେବ୍ରୁଆରି ୨୨ରୁ ଡବ୍‌ଲ୍ୟୁପିଏଲ

ନୂଆଦିଲ୍ଲୀ, ୨୨/୧: ଆଇପିଏଲ୍‌ର ସପ୍ତଦଶ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆନୁଷ୍ଠାନିକ ଭାବେ ଖେଳସୂଚୀ ପ୍ରକାଶିତ ହୋଇନଥିଲେ ମଧ୍ୟ ଏକ ରିପୋର୍ଟ ଅନୁସାରେ ବିସିସିଆଇ ତାହାର ହିତାଧିକାରୀଙ୍କ ସହିତ ଆଲୋଚନା କରିବା ପରେ ମହିଳା ପ୍ରମିୟର ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌)କୁ ଫେବ୍ରୁଆରି ୨୨ ରୁ ମାର୍ଚ୍ଚ ୧୭ ତାରିଖ ମଧ୍ୟରେ ଆୟୋଜନ କରାଇବା ପାଇଁ ବିଚାର କରୁଛି। ଏହାର ୫ ଦିନ ପରେ ଆଇପିଏଲ୍‌ ଆରମ୍ଭ ହେବ। କିନ୍ତୁ […]

Samaya Live Picture
Published On

ନୂଆଦିଲ୍ଲୀ, ୨୨/୧: ଆଇପିଏଲ୍‌ର ସପ୍ତଦଶ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆନୁଷ୍ଠାନିକ ଭାବେ ଖେଳସୂଚୀ ପ୍ରକାଶିତ ହୋଇନଥିଲେ ମଧ୍ୟ ଏକ ରିପୋର୍ଟ ଅନୁସାରେ ବିସିସିଆଇ ତାହାର ହିତାଧିକାରୀଙ୍କ ସହିତ ଆଲୋଚନା କରିବା ପରେ ମହିଳା ପ୍ରମିୟର ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌)କୁ ଫେବ୍ରୁଆରି ୨୨ ରୁ ମାର୍ଚ୍ଚ ୧୭ ତାରିଖ ମଧ୍ୟରେ ଆୟୋଜନ କରାଇବା ପାଇଁ ବିଚାର କରୁଛି। ଏହାର ୫ ଦିନ ପରେ ଆଇପିଏଲ୍‌ ଆରମ୍ଭ ହେବ। କିନ୍ତୁ ଯେପର୍ଯ୍ୟନ୍ତ ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ, ସେପର୍ଯ୍ୟନ୍ତ ଆଇପିଏଲ୍‌ ଆୟୋଜନ ସଂକ୍ରାନ୍ତରେ କିଛି ବି ସ୍ପଷ୍ଟ କରିହେବନି। ତଥାପି ଏଥର ଆଇପିଏଲ୍‌କୁ ବିସିସିଆଇ କେବଳ ଭାରତ ଭିତରେ ଆୟୋଜନ କରିବାକୁ ଯୋଜନା କରିଛି। ଯଦି ମାର୍ଚ୍ଚ ୨୨ରୁ ମେ’ ୨୬ ମଧ୍ୟରେ ଆଇପିଏଲ୍‌ ଖେଳାଯାଏ, ତାହେଲେ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଯିବା ପୂର୍ବରୁ ଭାରତୀୟ ଖେଳାଳିମାନଙ୍କୁ ଏକାଠି ହେବାକୁ ମାତ୍ର ୫ ଦିନ ସମୟ ମିଳିବ। କାରଣ ଜୁନ୍‌ ୨ ତାରିଖରୁ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହୋଇଯିବ। ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ନିର୍ଧାରିତ ହୋଇଛି।

Tags: