ମାଦ୍ରିଦ୍‌ ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସିନ୍ଧୁ ରନର୍ସଅପ୍

ମାଦ୍ରିଦ: ଦୁଇଥରର ଅଲିମ୍ପିକ୍‌ ପଦକ ହାସଲକାରୀ ପି.ଭି. ସିନ୍ଧୁ ମାଦ୍ରିଦ୍ ସ୍ପେନ୍‌ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ରନର୍ସଅପ୍‌ ହୋଇଛନ୍ତି। ମହିଳା ଏକକ ଫାଇନାଲ୍‌ରେ ସିନ୍ଧୁ ୮-୨୧, ୮-୨୧ରେ ଇଣ୍ଡୋନେସିଆର ଗ୍ରିଗୋରିଆ ତୁନ୍‌ଜୁଙ୍ଗଙ୍କଠୁ ପରାସ୍ତ ହୋଇଥିଲେ। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟ ପରେ ସିନ୍ଧୁ ପ୍ରଥମଥର ଫାଇନାଲ୍‌ ଖେଳିଥିଲେ ମଧ୍ୟ ଟ୍ରଫି ହାତଛଡ଼ା କରିଥିଲେ। ପୂର୍ବରୁ ସେମିଫାଇନାଲ୍‌ରେ ସିନ୍ଧୁ ୨୪-୨୨, ୨୨-୨୦ରେ ସିଙ୍ଗାପୁରର ୟିଓ ଜିଆ ମିନ୍‌ଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ।

Samaya Live Picture
Published On

Tags: