ମାଦ୍ରିଦ୍ ଓପନ୍ ଫାଇନାଲରେ ରୋହନ ବୋପାନ୍ନା
ମାଦ୍ରିଦ୍: ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ଏଠାରେ ଚାଲିଥିବା ମାଦ୍ରିଦ୍ ଓପନର ପୁରୁଷ ଡବଲ୍ସ ଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ଫାଇନାଲ୍ରେ ବୋପାନ୍ନା-ଏବ୍ଡେନ୍ଙ୍କ ମୁକାବିଲା ଅଣମାନ୍ୟତାପ୍ରାପ୍ତ ରୁଷିଆ ଯୋଡ଼ି କାରେନ କାଚାନୋଭ୍ ଓ ଆନ୍ଦ୍ରେ ରୁବ୍ଲେଭ୍ଙ୍କୁ ଭେଟିବେ। ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍ଡେନ୍ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ସେମିଫାଇନାଲ୍ରେ ସଂଘର୍ଷ କରି ସାନ୍ତିଆଗୋ ଗୋଞ୍ଜାଲେଜ୍ ଓ ଏଡୁୱାର୍ଡୋ ରୋଜର ଭାସେଲିନ୍ଙ୍କୁ ପରାସ୍ତ କରିଛନ୍ତି। ସପ୍ତମ ମାନ୍ୟତାପ୍ରାପ୍ତ ଭାରତ-ଅଷ୍ଟ୍ରେଲିଆ ଯୋଡ଼ି ପ୍ରଥମ ସେଟ୍ ପଛରେ ରହିବା ପରେ ଚମତ୍କାର […]
ମାଦ୍ରିଦ୍: ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ଏଠାରେ ଚାଲିଥିବା ମାଦ୍ରିଦ୍ ଓପନର ପୁରୁଷ ଡବଲ୍ସ ଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ଫାଇନାଲ୍ରେ ବୋପାନ୍ନା-ଏବ୍ଡେନ୍ଙ୍କ ମୁକାବିଲା ଅଣମାନ୍ୟତାପ୍ରାପ୍ତ ରୁଷିଆ ଯୋଡ଼ି କାରେନ କାଚାନୋଭ୍ ଓ ଆନ୍ଦ୍ରେ ରୁବ୍ଲେଭ୍ଙ୍କୁ ଭେଟିବେ। ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍ଡେନ୍ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ସେମିଫାଇନାଲ୍ରେ ସଂଘର୍ଷ କରି ସାନ୍ତିଆଗୋ ଗୋଞ୍ଜାଲେଜ୍ ଓ ଏଡୁୱାର୍ଡୋ ରୋଜର ଭାସେଲିନ୍ଙ୍କୁ ପରାସ୍ତ କରିଛନ୍ତି। ସପ୍ତମ ମାନ୍ୟତାପ୍ରାପ୍ତ ଭାରତ-ଅଷ୍ଟ୍ରେଲିଆ ଯୋଡ଼ି ପ୍ରଥମ ସେଟ୍ ପଛରେ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ଅଷ୍ଟମ ମାନ୍ୟତାପ୍ରାପ୍ତ ଗୋଞ୍ଜାଲେଜ୍-ଭାସେଲିନ୍ ଯୋଡ଼ିକୁ ୫-୭, ୭-୬ ଓ ୧୦-୪ ଟାଇବ୍ରେକର ସେଟ୍ରେ ପରାସ୍ତ କରିଥିଲେ। ଏଥି ସହିତ ଚଳିତ ଋତୁରେ ବୋପାନ୍ନା-ଏବ୍ଡେନ୍ ଯୋଡ଼ି ଦ୍ବିତୀୟ ଏଟିପି ମାଷ୍ଟର୍ସ ୧୦୦୦ ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଏହା ପୂର୍ବରୁ ଏହି ଯୋଡ଼ି ବିଏନ୍ପି ପରିବାସ ଓପନ୍ ବିଜେତା ହୋଇଥିଲେ।




