ମାଇଲଖୁଣ୍ଟ ମ୍ୟାଚ୍ରେ ଧୋନିଙ୍କୁ ସମ୍ବର୍ଦ୍ଧିତ କଲା ସିଏସ୍କେ
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାର ଆଇପିଏଲ୍ରେ ଏହି ଦଳର ଅଧିନାୟକ ଭାବେ ୨୦୦ ତମ ମ୍ୟାଚ୍ ଖେଳିଛନ୍ତି। ତେବେ ତାଙ୍କର ଏହି ମ୍ୟାଚ୍କୁ ସ୍ମରଣୀୟ କରିବା ପାଇଁ ଖେଳ ଆରମ୍ଭ ହେବା ପୂର୍ବରୁ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଧୋନିଙ୍କୁ ସିଏସ୍କେ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫ୍ରାଞ୍ଚାଇଜ ମାଲିକ ଏନ୍ ଶ୍ରୀନିବାସନ ତାଙ୍କୁ ଏକ ସ୍ମାରକୀ ଉପହାର ଦେଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀନିବାସନଙ୍କ ବ୍ୟତୀତ ଚିତ୍ରା ଶ୍ରୀନିବାସନ ଏବଂ […]
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାର ଆଇପିଏଲ୍ରେ ଏହି ଦଳର ଅଧିନାୟକ ଭାବେ ୨୦୦ ତମ ମ୍ୟାଚ୍ ଖେଳିଛନ୍ତି। ତେବେ ତାଙ୍କର ଏହି ମ୍ୟାଚ୍କୁ ସ୍ମରଣୀୟ କରିବା ପାଇଁ ଖେଳ ଆରମ୍ଭ ହେବା ପୂର୍ବରୁ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଧୋନିଙ୍କୁ ସିଏସ୍କେ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫ୍ରାଞ୍ଚାଇଜ ମାଲିକ ଏନ୍ ଶ୍ରୀନିବାସନ ତାଙ୍କୁ ଏକ ସ୍ମାରକୀ ଉପହାର ଦେଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀନିବାସନଙ୍କ ବ୍ୟତୀତ ଚିତ୍ରା ଶ୍ରୀନିବାସନ ଏବଂ ରୂପା ଗୁରୁନାଥଙ୍କ ସହିତ ଧୋନିଙ୍କ ସିଏସ୍କେ ଦଳୀୟ ସାଥୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଧୋନି ୨୦୦୮ ଆଇପିଏଲ୍ ପ୍ରଥମ ସଂସ୍କରଣରୁ ସିଏସ୍କେର ନେତୃତ୍ବ ନେଇଆସୁଛନ୍ତି। ତେବେ ଏହି ଫ୍ରାଞ୍ଚାଇଜ ଦୁଇ ବର୍ଷ ନିଲମ୍ବିତ ହୋଇଥିବାରୁ ସେ ସିଏସ୍କେ ନେତୃତ୍ବରୁ ବଞ୍ଚିତ ରହିଥିଲେ। ଏହାସତ୍ତ୍ବେ ଗୋଟିଏ ଫ୍ରାଞ୍ଚାଇଜ୍ ପକ୍ଷରୁ ୨୦୦ ମ୍ୟାଚ୍ରେ ଅଧିନାୟକତ୍ବ କରିବା ଆଇପିଏଲ୍ ଇତିହାସରେ ଏକ ରେକର୍ଡ ହୋଇଯାଇଛି।




