ମାଂସପେଶୀରେ ଆଘାତ ଯୋଗୁଁ ଏଫବିକେ ଗେମ୍ସରୁ ଓହରିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ମାଂସପେଶୀ ଟାଣି ହୋଇଯିବାରୁ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଚାମ୍ପିଅନ୍ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଫନି ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଯାଇଛନ୍ତି। ଜୁନ୍ ୪ ତାରିଖରେ ଏହି ପ୍ରତିଯୋଗିତା ନେଦରଲାଣ୍ଡ୍ସର ହେଙ୍ଗେଲୋରେ ଅନୁଷ୍ଠିତ ହେବ। ଏହା ଏକ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ଗୋଲ୍ଡଡ ଲେବୁଲ୍ ପ୍ରତିଯୋଗିତା ଥିବାରୁ ନୀରଜ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ। ମୁଁ କ୍ରମେ ଫିଟ୍ ହେଉଛି ଜୁନ୍ ୧୩ ତାରିଖରେ ଫିନଲାଣ୍ଡ୍ର ଟୁର୍କୁରେ ଖେଳାଯିବାକୁ ପାଭୋ ନୁର୍ମି ଗେମ୍ସରେ ଖେଳିବା ଆଶା […]

Samaya Live Picture
Published On

ନୂଆଦିଲ୍ଲୀ: ମାଂସପେଶୀ ଟାଣି ହୋଇଯିବାରୁ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଚାମ୍ପିଅନ୍ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଫନି ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଯାଇଛନ୍ତି। ଜୁନ୍ ୪ ତାରିଖରେ ଏହି ପ୍ରତିଯୋଗିତା ନେଦରଲାଣ୍ଡ୍ସର ହେଙ୍ଗେଲୋରେ ଅନୁଷ୍ଠିତ ହେବ। ଏହା ଏକ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ଗୋଲ୍ଡଡ ଲେବୁଲ୍ ପ୍ରତିଯୋଗିତା ଥିବାରୁ ନୀରଜ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ। ମୁଁ କ୍ରମେ ଫିଟ୍ ହେଉଛି ଜୁନ୍ ୧୩ ତାରିଖରେ ଫିନଲାଣ୍ଡ୍ର ଟୁର୍କୁରେ ଖେଳାଯିବାକୁ ପାଭୋ ନୁର୍ମି ଗେମ୍ସରେ ଖେଳିବା ଆଶା ରଖିଛି ବୋଲି ବିଶ୍ବର ଏହି ଏକ ନମ୍ବର ତାରକା ଆଶା ପ୍ରକାଶ କରିଛନ୍ତି। ମେ’ ୫ ତାରିଖରେ ନୀରଜ ସିଜନର ପ୍ରଥମ ପ୍ରତିଯୋଗିତା ଦୋହା ଡାଏମଣ୍ଟ୍ ଲିଗ୍ରେ ପ୍ରଶଂସନୀୟ ଭାବେ ୮୮.୬୭ ମିଟର୍ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।

Tags: