ମହିଳା ହକି ୫ଏସ୍ ଏସିଆ କପରେ ମାଲେସିଆକୁ ହରାଇ ଭାରତର ବିଜୟ ଅଭିଯାନ

ସଲାଲା: ଓମାନର ସଲାଲାରେ ଆରମ୍ଭ ହୋଇଥବା ମହିଳା ହକି ୫ଏସ୍ ଏସିଆ କପ୍ ପ୍ରତିଯୋଗିତାରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଭାରତ ୭-୨ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ନଭଜୋତ କୌର (୩ ଓ ୨୮ ମିନିଟ୍) ଓ ଓଡ଼ିଆ ଖେଳାଳି ଦୀପି ମୋନିକା ଟୋପ୍ପୋ (୧୨ ଓ ୨୦ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲା ବେଳେ ଅକ୍ଷତା ଢେକାଲେ ୪ ମିନିଟ୍, ମାରିଆନା କୁଜୁର ୧୭ ମିନିଟ୍ ଓ […]

Samaya Live Picture
Published On

ସଲାଲା: ଓମାନର ସଲାଲାରେ ଆରମ୍ଭ ହୋଇଥବା ମହିଳା ହକି ୫ଏସ୍ ଏସିଆ କପ୍ ପ୍ରତିଯୋଗିତାରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଭାରତ ୭-୨ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ନଭଜୋତ କୌର (୩ ଓ ୨୮ ମିନିଟ୍) ଓ ଓଡ଼ିଆ ଖେଳାଳି ଦୀପି ମୋନିକା ଟୋପ୍ପୋ (୧୨ ଓ ୨୦ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲା ବେଳେ ଅକ୍ଷତା ଢେକାଲେ ୪ ମିନିଟ୍, ମାରିଆନା କୁଜୁର ୧୭ ମିନିଟ୍ ଓ ମହିମା ଚୌଧୁରୀ ୨୭ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ମାଲେସିଆର ୱାନ୍ ୱାନ୍ ୭ ମିନିଟ୍ ଓ ଜାଫିରା ଅଜିଜ୍ ୧୧ ତମ ମିନିଟ୍ରେ ଦୁଇଟି ଗୋଲ୍ ଶୁଝିବାକୁ ସକ୍ଷମ ହୋଇଥିଲେ। ଭାରତର ପରବର୍ତ୍ତୀ ମୁକାବିଲାରେ ଆଜି ଜାପାନକୁ ଭେଟିବ।

Tags: