ମହିଳା ହକି ମାନ୍ୟତାରେ ଭାରତ ଷଷ୍ଠକୁ ଉନ୍ନୀତ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ସଦ୍ୟ ପ୍ରକାଶିତ ବିଶ୍ବ ମାନ୍ୟତାରେ ଷଷ୍ଠକୁ ଉଠିଛି। ହାଂଝୌ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ପାଇବା ପରେ ରାଞ୍ଚିରେ ଶେଷ ହୋଇଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ସ୍ବର୍ଣ୍ଣ ପଦକ ଜିତିବା ଦ୍ବାରା ଭାରତର ମାନ୍ୟତାରେ ଏହି ଉନ୍ନତି ଆସିଛି। ଏଥିପୂର୍ବରୁ ଗତବର୍ଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଚାଲିଥିବା ସମୟରେ ଭାରତ ଶେଷ ଥର ଷଷ୍ଠ ସ୍ଥାନରେ ରହିଥିଲା। ଏହି ମାନ୍ୟତାରେ ନେଦରଲାଣ୍ଡ୍ସ କ୍ରମାଗତ ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛି। […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ସଦ୍ୟ ପ୍ରକାଶିତ ବିଶ୍ବ ମାନ୍ୟତାରେ ଷଷ୍ଠକୁ ଉଠିଛି। ହାଂଝୌ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ପାଇବା ପରେ ରାଞ୍ଚିରେ ଶେଷ ହୋଇଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ସ୍ବର୍ଣ୍ଣ ପଦକ ଜିତିବା ଦ୍ବାରା ଭାରତର ମାନ୍ୟତାରେ ଏହି ଉନ୍ନତି ଆସିଛି। ଏଥିପୂର୍ବରୁ ଗତବର୍ଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଚାଲିଥିବା ସମୟରେ ଭାରତ ଶେଷ ଥର ଷଷ୍ଠ ସ୍ଥାନରେ ରହିଥିଲା। ଏହି ମାନ୍ୟତାରେ ନେଦରଲାଣ୍ଡ୍ସ କ୍ରମାଗତ ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଏହା ପଛକୁ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବେଲଜିୟମ ଓ ଜର୍ମାନି ପ୍ରଥମ ୫ ଜଣଙ୍କ ମଧ୍ୟରେ ଅଛନ୍ତି। ମାନ୍ୟତାରେ ଉପରକୁ ଆସିବା ପରେ ଭାରତୀୟ ଦଳ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ପାଇବାକୁ ଜୋରଦାର ଉଦ୍ୟମ କରିବ। ଜାନୁଆରି ୧୩ରୁ ୧୯ ତାରିଖ ମଧ୍ୟରେ ରାଞ୍ଚିରେ ଯୋଗ୍ୟତା ପର୍ଯ୍ୟୟ ଅନୁଷ୍ଠିତ ହେବ। ଏଠାରେ ଜର୍ମାନି, ନ୍ୟୁଜିଲାଣ୍ଡ, ଜାପାନ, ଚିଲି, ଆମେରିକା, ଇଟାଲି ଓ ଚେକ୍ ରିପବ୍ଲିକ୍ ବିପକ୍ଷରେ ଭାରତ ପ୍ରତିଦ୍ବନ୍ଦ୍ବିତା କରିବ। ଭାରତୀୟ ଦଳର ଏହି ସଫଳତା ପାଇଁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Tags: