ମହିଳା ପ୍ରିମିୟର ଳିଗ୍ର ରଙ୍ଗାରଙ୍ଗ ଉଦ୍ଘାଟନୀ ସମାରୋହ
ବେଙ୍ଗାଲୁରୁ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ଦ୍ବିତୀୟ ସଂସ୍କରଣ। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଶାହରୁଖ ଖାନ୍ ନେତୃତ୍ବରେ ବଲିଉଡ୍ ତାରକାମାନେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଡ଼ ଆକର୍ଷଣ ଥିଲେ। ବିଭିନ୍ନ ଦଳଗୁଡିକୁ ଏହି ତାରକାମାନେ ପ୍ରତିନିଧିତ୍ବ କରିଥିଲେ। ପ୍ରଥମରୁ ଅଡିଓ-ଭିଜୁଆଲ୍ ମାଧ୍ୟମରେ ଡବ୍ଲ୍ୟୁପିଏଲ୍ ଯାତ୍ରାକୁ ପ୍ରଦର୍ଶିତ କରାଯିବା ପରେ ବଲିଉଡ୍ ତାରକାଙ୍କ ଆଗମନ ହୋଇଥିଲା। ଗୁଜରାଟ ଜାଏଣ୍ଟସ୍କୁ କାର୍ତ୍ତିକ ଆର୍ଯ୍ୟନ, ଦିଲ୍ଲୀ କ୍ୟାପିଟାଲ୍ସକୁ ସିଦ୍ଧାର୍ଥ ମାଲହୋତ୍ରା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ […]
ବେଙ୍ଗାଲୁରୁ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ଦ୍ବିତୀୟ ସଂସ୍କରଣ। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଶାହରୁଖ ଖାନ୍ ନେତୃତ୍ବରେ ବଲିଉଡ୍ ତାରକାମାନେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଡ଼ ଆକର୍ଷଣ ଥିଲେ। ବିଭିନ୍ନ ଦଳଗୁଡିକୁ ଏହି ତାରକାମାନେ ପ୍ରତିନିଧିତ୍ବ କରିଥିଲେ। ପ୍ରଥମରୁ ଅଡିଓ-ଭିଜୁଆଲ୍ ମାଧ୍ୟମରେ ଡବ୍ଲ୍ୟୁପିଏଲ୍ ଯାତ୍ରାକୁ ପ୍ରଦର୍ଶିତ କରାଯିବା ପରେ ବଲିଉଡ୍ ତାରକାଙ୍କ ଆଗମନ ହୋଇଥିଲା। ଗୁଜରାଟ ଜାଏଣ୍ଟସ୍କୁ କାର୍ତ୍ତିକ ଆର୍ଯ୍ୟନ, ଦିଲ୍ଲୀ କ୍ୟାପିଟାଲ୍ସକୁ ସିଦ୍ଧାର୍ଥ ମାଲହୋତ୍ରା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଟାଇଗର ସ୍ରଫ୍, ୟୁପି ୱାରିଅର୍ସକୁ ବରୁଣ ଧାଓ୍ବନ ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ସାହିଦ କପୁର ପ୍ରତିନିଧିତ୍ବ କରିବା ସହ ମଞ୍ଚ ଦୁଲୁକାଇଥିଲେ। ଶେଷରେ ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ୍ ଦର୍ଶକଙ୍କୁ ତାଙ୍କ ପାରମ୍ପରିକ ହାତଖୋଲା ପୋଜ୍ରେ ମତୁଆଲା କରିବା ସହ ୫ ଅଧିନାୟିକାଙ୍କୁ ମଞ୍ଚକୁ ଡାକି ଫଟୋ ପୋଜ୍ ଦେଇଥିଲେ।




