ମହିଳା ପ୍ରିମିୟର ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍

ମୁମ୍ବାଇ, ୨୭/୩ : ମହିଳା ପ୍ରିମିୟର ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌) ର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ ହୋଇଛି। ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍‌ରେ ମୁମ୍ବାଇ ୭ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୧୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୩ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତିବାରେ ସକ୍ଷମ ହୋଇଥିଲା। ପ୍ରଥମରୁ ୟାସ୍ତିକ ଭାଟିଆ (୪) ଓ ହିଲି ମାଥ୍ୟୁସ (୧୩)ଙ୍କୁ ହରାଇ ବିପର୍ଯ୍ୟୟରେ ଫସିଥିବା ମୁମ୍ବାଇକୁ ଅଧିନାୟିକା ହର୍ମନପ୍ରୀତ କୌର (୩୭ […]

Samaya Live Picture
Published On

ମୁମ୍ବାଇ, ୨୭/୩ : ମହିଳା ପ୍ରିମିୟର ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌) ର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ ହୋଇଛି। ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍‌ରେ ମୁମ୍ବାଇ ୭ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୧୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୩ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତିବାରେ ସକ୍ଷମ ହୋଇଥିଲା। ପ୍ରଥମରୁ ୟାସ୍ତିକ ଭାଟିଆ (୪) ଓ ହିଲି ମାଥ୍ୟୁସ (୧୩)ଙ୍କୁ ହରାଇ ବିପର୍ଯ୍ୟୟରେ ଫସିଥିବା ମୁମ୍ବାଇକୁ ଅଧିନାୟିକା ହର୍ମନପ୍ରୀତ କୌର (୩୭ ରନ୍‌) ଓ ନାଟ୍‌ ସ୍କିଭର ବ୍ରଣ୍ଟ (୬୦* ରନ୍‌) ଉଦ୍ଧାର କରିଥି‌ଲେ। ଉଭୟ ତୃତୀୟ ୱିକେଟ୍‌ରେ ୭୨ ରନ୍‌ ଯୋଡ଼ି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ହର୍ମନପ୍ରୀତଙ୍କ ଆଉଟ୍‌ ହେବା ପରେ ବି ବ୍ରଣ୍ଟ (୬୦* ରନ୍‌, ୫୫ ବଲ୍‌‌, ୭ ଚୌକା) ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖି ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଅନ୍ତିମ ଓଭରରେ ଦଳକୁ ଚାମ୍ପିଅନ କରାଇଥିଲେ।

ଏଥିପୂର୍ବରୁ ଟସ୍‌ ଜିତି ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍‌ ବିନିମୟରେ ୧୩୧ ରନ୍‌ ସଂଗ୍ରହ କରିଥିଲା। ବିପର୍ଯ୍ୟୟ ଭରା ଏହି ପାଳିରେ ଅଧିନାୟିକା ମେଗ୍‌ ଲାନିଂ (୩୫)ଙ୍କୁ ଛାଡ଼ିଦେଲେ ଆଉ କେହି ମୁମ୍ବାଇ ବୋଲରଙ୍କୁ ଅଧିକ ସମୟ ସାମ୍ନା କରିପାରିନଥିଲେ। ତଳଆଡ଼କୁ ଆସିଥିବା ଶିଖା ପାଣ୍ଡେ (୨୭*) ଓ ରାଧା ଯାଦବ (୨୭*) ଯଦିଓ ଦ୍ରୁତ ଖେଳି ଦଳକୁ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ।

ପ୍ରତିଯୋଗିତା ଶେଷରେ ନାଟ୍‌ ସ୍କିଭର ବ୍ରଣ୍ଟଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଏବଂ ହିଲି ମାଥ୍ୟୁସଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଦିଆଯାଇଥିଲା। ସେହିପରି ସର୍ବାଧିକ ରନ୍‌ ପାଇଁ ମେଗ୍‌ ଲାନିଂଙ୍କୁ ଅରେଞ୍ଜ କ୍ୟାପ୍‌ ଓ ସର୍ବାଧିକ ୱିକେଟ୍‌ ପାଇଁ ହିଲି ମାଥ୍ୟୁସ୍‌ଙ୍କୁ ପର୍ପଲ କ୍ୟାପ୍‌ ପ୍ରଦାନ କରାଯାଇଥିଲା। ୟସ୍ତିକା ଭାଟିଆ ଇମର୍ଜିଂ ପ୍ଲେୟାର ପୁରସ୍କାର ପାଇଥିଲେ।

Tags: