ମହିଳା ପ୍ରିମିୟର୍ ଲିଗ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ନେଲେ ୱଙ୍ଗ୍‌; ଫାଇନାଲ୍‌ରେ ଦିଲ୍ଲୀକୁ ଭେଟିବ ମୁମ୍ବାଇ

ମୁମ୍ବାଇ : ଯୁବ ଦ୍ରୁତ ବୋଲର ଇସି ୱଙ୍ଗ୍‌ଙ୍କ ପ୍ରଥମ ହ୍ୟାଟ୍ରିକ୍ ୱିକେଟ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ହେବାକୁ ଥିବା ମେଗା ଫାଇନାଲ୍‌ରେ ମୁମ୍ବାଇର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହିତ ହେବ। ଶୁକ୍ରବାର ଖେଳାଯାଇଥିବା ଏଲିମିନେଟର୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୭୨ ରନ୍‌ରେ ୟୁପି ୱାରିୟର୍ସକୁ ପରାସ୍ତ କରିଥିଲା। ନାଟ୍ ସ୍କିଭର ବ୍ରଣ୍ଟଙ୍କ ଦ୍ରୁତ ଅର୍ଦ୍ଧଶତକ (୭୨* ରନ୍‌, ୩୮ ବଲ୍‌, ୯ ଚୌକା, ୨ ଛକା) ସହାୟତାରେ […]

Samaya Live Picture
Published On

ମୁମ୍ବାଇ : ଯୁବ ଦ୍ରୁତ ବୋଲର ଇସି ୱଙ୍ଗ୍‌ଙ୍କ ପ୍ରଥମ ହ୍ୟାଟ୍ରିକ୍ ୱିକେଟ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ହେବାକୁ ଥିବା ମେଗା ଫାଇନାଲ୍‌ରେ ମୁମ୍ବାଇର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହିତ ହେବ। ଶୁକ୍ରବାର ଖେଳାଯାଇଥିବା ଏଲିମିନେଟର୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୭୨ ରନ୍‌ରେ ୟୁପି ୱାରିୟର୍ସକୁ ପରାସ୍ତ କରିଥିଲା। ନାଟ୍ ସ୍କିଭର ବ୍ରଣ୍ଟଙ୍କ ଦ୍ରୁତ ଅର୍ଦ୍ଧଶତକ (୭୨* ରନ୍‌, ୩୮ ବଲ୍‌, ୯ ଚୌକା, ୨ ଛକା) ସହାୟତାରେ ମୁମ୍ବାଇ ୧୮୨ ରନ୍‌ କରିଥିଲା। ଆମେଲିଆ କେର୍‌ ୨୯, ହିଲି ମାଥ୍ୟୁସ୍‌ ୨୬ ରନ୍‌ର ଯୋଗଦାନ କରିଥିଲେ।

ଏହା ଜବାବରେ ୟୁପି ୱାରିୟର୍ସ ୧୧୦ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ଅନ୍ୟମାନେ ଶୀଘ୍ର ଆଉଟ୍‌‌ ହୋଇଥିଲେ ବି କିରଣ ନଭଗିରେ ୪୩ ରନ୍‌ର ଲଢୁଆ ପାଳି ଖେଳିଥିଲେ। କିନ୍ତୁ ଦଳକୁ ଜିତାଇବାରେ ସଫଳ ହୋଇପାରି ନଥିଲେ। ମ୍ୟାଚ୍‌ର ୧୩ତମ ଓଭରର ତୃତୀୟ ବଲ୍‌ରେ ସିମ୍ରନ୍ ସେଖ୍‌, ଚତୁର୍ଥ ବଲ୍‌ରେ ସୋଫି ଏସେଲଷ୍ଟୋନ୍‌ ଓ ପଞ୍ଚମ ବଲ୍‌ରେ ଦୀପ୍ତି ଶର୍ମାଙ୍କୁ ଆଉଟ୍ କରି ୱଙ୍ଗ୍‌ ହ୍ୟାଟ୍ରିକ୍ ପୂର୍ଣ୍ଣ କରିଥିଲେ।

ଏଥିସହିତ ମ୍ୟାଚ୍‌ରେ ସେ ପୂର୍ଣ୍ଣ କୋଟାରୁ ୧୫ ରନ୍‌ ଦେଇ ୪ ୱିକେଟ୍‌ ଅକ୍ତିଆର କରିଥିଲେ। ସାଇକା ଇସାକ୍‌ଙ୍କୁ ୨, ନାଟ୍‌ ସ୍କିଭର ବ୍ରଣ୍ଟ, ହିଲି ମାଥ୍ୟୁସ୍‌ ଓ ଜିନ୍ତିମଣି କାଲିଟା ୧ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ଅର୍ଦ୍ଧଶତକୀୟ ପାଳି ଯୋଗୁଁ ବ୍ରଣ୍ଟଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Tags: