ମହିଳା ଟ୍ବେଣ୍ଟି-୨୦ ମାନ୍ୟତାରେ ଦ୍ବିତୀୟକୁ ଉଠିଲେ ଦୀପ୍ତି ଶର୍ମା

ଦୁବାଇ: ଭାରତର ଦୀପ୍ତି ଶର୍ମା ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବୋଲିଂ ମାନ୍ୟତାରେ ଗୋଟିଏ ସ୍ଥାନ ଉଠି ଯୁଗ୍ମ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ସାଥୀ ରେଣୁକା ସିଂହ ଗୋଟିଏ ସ୍ଥାନ ଉଠି ଦଶମରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ସ୍ପିନର ନୋଙ୍କୁଲୁଲେକୋ ମ୍ଲାବା ଦ୍ବିତୀୟରୁ ପଞ୍ଚମକୁ ଖସିବାରୁ ଦୀପ୍ତିଙ୍କ ଏହି ପଦୋନ୍ନତି ପାଇ ପାକିସ୍ତାନର ସାଦିଆ ଇକ୍ବାଲଙ୍କ ସହ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଲ୍ରାଉଣ୍ଡରଙ୍କ ମଧ୍ୟରେ ଦୀପ୍ତି ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି। […]

Samaya Live Picture
Published On

ଦୁବାଇ: ଭାରତର ଦୀପ୍ତି ଶର୍ମା ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବୋଲିଂ ମାନ୍ୟତାରେ ଗୋଟିଏ ସ୍ଥାନ ଉଠି ଯୁଗ୍ମ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ସାଥୀ ରେଣୁକା ସିଂହ ଗୋଟିଏ ସ୍ଥାନ ଉଠି ଦଶମରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ସ୍ପିନର ନୋଙ୍କୁଲୁଲେକୋ ମ୍ଲାବା ଦ୍ବିତୀୟରୁ ପଞ୍ଚମକୁ ଖସିବାରୁ ଦୀପ୍ତିଙ୍କ ଏହି ପଦୋନ୍ନତି ପାଇ ପାକିସ୍ତାନର ସାଦିଆ ଇକ୍ବାଲଙ୍କ ସହ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଲ୍ରାଉଣ୍ଡରଙ୍କ ମଧ୍ୟରେ ଦୀପ୍ତି ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି। ବ୍ୟାଟିଂରେ ଭାରତର ଉପଅଧିନାୟିକା ସ୍ମୃତି ମନ୍ଧାନା ଚତୁର୍ଥ ସ୍ଥାନରେ ସ୍ଥିର ରହିଥିଲା ବେଳେ ଜେମିମା ରଡ୍ରିଗ୍ବେଜ, ଶେଫାଳି ବର୍ମା ଓ ହର୍ମନପ୍ରୀତ କୌର ଯଥାକ୍ରମେ ୧୩, ୧୬ ଓ ୧୭ତମ ସ୍ଥାନ ବଜାୟ ରଖିଛନ୍ତି।

Tags: